ଖୋର୍ଦ୍ଧା ୧୮।୧: ହାତୀ ଆକ୍ରମଣରେ ହଜ ପଞ୍ଚାୟତର ଦୁଇ ଜମଙ୍କର ମୃତ୍ୟୁ ହୋଇଛି । ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଦୁଇଟି ହାତୀ ପ୍ରଥମେ ହଜ ଗ୍ରାମରେ ବାରିରେ ଥିବା କଳେଇ ଖାଇବା ପାଇଁ ପସିଥିଲେ ।

ସେହି ସମୟରେ ବଂଶୀଧର ଛୁଆଳସିଂହ ବାହାରକୁ ଯାଇଥିବାବେଳେ ତାଙ୍କୁ ହାତୀ ଆକ୍ରମଣ କରିଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଛି ।

ପରେ ରାତି ୪ଟାରେ ହଜ ପଞ୍ଚୟତ କଲାରଝର ଗ୍ରାମକୁ ହାତୀ ଯାଇଥିଲା । ସେଠାରେ ସନାତନ ପ୍ରଧାନଙ୍କୁ ଆକ୍ରମଣ କରିବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ସେହିଗ୍ରାମର ବ୍ରଜବନ୍ଧୁ ସାହୁ ହାତୀ ଆକ୍ରମଣରେ ଆହତ ହୋଇଛନ୍ତି । ତାଙ୍କୁ ଖୋର୍ଦ୍ଧା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।
from Prameya News7 https://ift.tt/2R7ZKkx
ହାତୀ ନେତା ଦୁଇ ଜୀବନ, ଆକ୍ରମଣରେ ଜଣେ ଗୁରୁତର
Reviewed by SUBHENDU BARAL
on
January 17, 2020
Rating:
No comments: