ମେଷ – ବିଭିନ୍ନ ସ୍ତରରେ ସମ୍ମାନିତ ହେବେ । ମନ ପ୍ରସନ୍ନ ରହିବ । ଧାର୍ମିକ ମନୋବୃତ୍ତିର ହୋଇପାରନ୍ତି । ମିଷ୍ଟଭାଷୀ ଓ ବନ୍ଧୁପ୍ରେମୀ ହେବେ । ଥଣ୍ଡା କଫ ଜନିତ ସାମାନ୍ୟ ପୀଡା ଅନୁଭବ କରିପାରନ୍ତି । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୪ ।
ବୃଷ – ଲୋଭଗ୍ରସ୍ତ ହୋଇପାରନ୍ତି । ଭାଗ୍ୟଶାଳୀ ଓ ଏକପତ୍ନୀ ବ୍ରତଧାରୀ ହେବେ । ବିଭିନ୍ନ ସ୍ତରରୁ ଧନାଗମ ହେବାର ସୂଚନା ମିଳୁଛି । ଅଠର ବର୍ଷରେ ଧନ ରୋଜଗାର କରିବାରେ ସକ୍ଷମ ହେବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୭ ।
ମିଥୁନ – ଶ୍ରୀଚନ୍ଦ୍ର ଭୋଗ ହେତୁ ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ବ୍ୟବସାୟ ପାଇଁ ଉଦ୍ୟମ ଚଳାଇବେ । ମାଲିମୋକଦ୍ଦମାରେ ବିଜୟୀ ହେବେ । ଧନ ଲାଭର ସୁଯୋଗ ସୃଷ୍ଟି ହୋଇଛି । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୫ ।
କର୍କଟ – କୌଣସି ସ୍ଥାନରେ କିଛି ସମୟ ପାଇଁ ଅନ୍ୟର ନିୟନ୍ତ୍ରଣରେ ରହିପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ । ଥଣ୍ଡା କଫ ଜନିତ ସାମାନ୍ୟ କଷ୍ଟ ଭୋଗ କରିପାରନ୍ତି । ସାହସର ସହିତ କାର୍ଯ୍ୟ କରିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୯ ।
ସିଂହ – ବିଭିନ୍ନ ଦିଗରୁ ଧନ ପ୍ରାପ୍ତର ସୂଚନା ମିଳୁଛି । ଯଶସ୍ୱୀ ଓ ଚଞ୍ଚଳ ପ୍ରକୃତିର ହେବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ରାଜକୋଷ ଅର୍ଥ ପ୍ରାପ୍ତ ହୋଇପାରେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୪ ।
କନ୍ୟା – ଘାତଚନ୍ଦ୍ର ଭୋଗ ହେତୁ ସାବଧାନତାର ସହ ଚଳିବାକୁ ପଡିବ । କୁଳ ମର୍ଯ୍ୟାଦା ରକ୍ଷା କରିବାରେ ସକ୍ଷମ ହେବେ । ମନ ପ୍ରସନ୍ନ ରହିବ । ଦୟାଳୁ ହେବେ । ବ୍ୟବସାୟ ଜୀବନଯାପନ କରିବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୮ ।
ତୁଳା – ମନ ପ୍ରସନ୍ନ ରହିବ । ଭୋଗ-ବିଳାସରେ ସମୟ ବିତାଇ ପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ୍ ଓ ଭାଗ୍ୟଶାଳୀ ହେବେ । ଉଦ୍ୟୋଗୀ ହୋଇପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।
ବିଛା – ଈର୍ଷା ପରାୟଣ ହେବାକୁ ବାଧ୍ୟ-ବାଧକତା’ର ସମ୍ମୁଖୀନ ହେବେ । ସ୍ୱାଭିମାନୀ ହୋଇପାରନ୍ତି । ଶାରୀରିକ ଦୁର୍ବଳତା ଅନୁଭବ କରିବେ । ମିତ୍ରମାନେ କରଛାଡ ହେଇପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୬ ।
ଧନୁ – ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ସମାଜ ସେବାରେ ନିଜକୁ ନିୟୋଜିତ କରିପାରନ୍ତି । ବେଳେବେଳେ ମନରେ ଅହଂଭାବ ଆସିପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୫ ।
ମକର – ବେଳେବେଳେ ମନରେ ଦୁର୍ଭାବନା ଜାତ , ବଦଖର୍ଚ୍ଚୀ ହୋଇପାରନ୍ତି । ଚକ୍ଷୁପୀଡା ଅନୁଭବ କରିବେ । ଭାଇମାନଙ୍କ ପ୍ରତି ସ୍ନେହ-ଶ୍ରଦ୍ଧାଭାବ ରହିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୮ ।
କୁମ୍ଭ – କାର୍ଯ୍ୟ ଆରମ୍ଭ ପୂର୍ବରୁ ପରାମର୍ଶ ନେଲେ ସଫଳତା ପାଇବେ । ଚଞ୍ଚଳ ପ୍ରକୃତିର ହେବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ । ବ୍ୟବସାୟ ଲାଭଜନକ ହେବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୬ ।
ମୀନ – କଳହ ଠାରୁ ଦୂରେଇ ରହିବେ । ଉଦାର ପ୍ରକୃତିର ହେବେ । ଦାନଶୀଳ ହୋଇପାରନ୍ତି । ବ୍ୟକ୍ତିତ୍ୱ ବିକାଶ ଘଟାଇ ପାରନ୍ତି । ସ୍ୱାସ୍ଥ୍ୟ ଭଲ ରହିବ । କୃଷି କ୍ଷେତ୍ର ଉପରେ ଯତ୍ନବାନ ହୁଅନ୍ତୁ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୩ ।
from Prameya News7 https://ift.tt/2R2msKG
No comments: