‘ଦୋସ୍ତାନା-୨’ର ଶୁଟିଂ ଆରମ୍ଭ, ପ୍ରଥମ ଥର ପାଇଁ ପରଦାରେ ନଜର ଆସିବ ଏହି ହଟ୍‌ ଯୋଡି

ମୁମ୍ବାଇ୭|୧: ‘ପତି ପତ୍ନୀ ଔର ୱ ଫିଲ୍ମ’ ବକ୍ସ ଅଫିସ୍‌ରେ ହିଟ୍‌ ହେବା ପରେ କାର୍ତ୍ତିକ ଏବେ ନିଜ ଆଗାମୀ ପ୍ରୋଯେକ୍ଟ ନେଇ ବ୍ୟସ୍ତ ଅଛନ୍ତି। ଫିଲ୍ମ ପତି ପତ୍ନୀ ଔର ୱ ରେ ଚିଣ୍ଟୁ ତ୍ୟାଗି ଭୂମିକାରେ ଅଭିନୟ କରି ଦର୍ଶକଙ୍କ ଦିଲ ଜିତି ସାରିଛନ୍ତି। ଏବେ କାର୍ତ୍ତିକ ନିଜ ଆଗାମୀ ଫିଲ୍ମ ‘ଦୋସ୍ତାନା ୨’ ପାଇଁ ପ୍ରସ୍ତୁତି ଚଲାଇଛନ୍ତି। ଏହି ଫିଲ୍ମରେ କାର୍ତ୍ତିକଙ୍କ ବିପକ୍ଷରେ ଜାହ୍ନବୀ କପୁର ଅଭିନୟ କରିବେ।

ନିକଟରେ ସୋସିଆଲ ମିଡିଆରେ କାର୍ତ୍ତିକ ଆର୍ଯ୍ୟନ କିଛି ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋ ନେଇ ସେ ଏବେ ବେଶ ଚର୍ଚ୍ଚାରେ ଅଛନ୍ତି। ଫଟୋ ସେୟାର କରି କାର୍ତ୍ତିକ ଲେଖିଛନ୍ତି ଯେ, ‘First working day 2020 #workmodeon’। ‘ଦୋସ୍ତାନା ୨’ ଫିଲ୍ମ ପାଇଁ କାର୍ତ୍ତିକ ଶୁଟିଂ ଆରମ୍ଭ କରିସାରିଛନ୍ତି।

କାର୍ତ୍ତିକ ଓ ଜାହ୍ନବୀଙ୍କ ବ୍ୟତୀତ ଲକ୍ଷ୍ୟ ଲାଲଓ୍ବାନୀ ଏହି ଫିଲ୍ମରେ ନଜର ଆସିବେ। ଏହି ଫିଲ୍ମରେ ଅଭିନୟ କରି ଲକ୍ଷ୍ୟ ବଲିଉଡରେ ଡେବ୍ୟୁ କରିବେ।

୨୦୦୮ ମସିହାରେ ରିଲିଜ ହୋଇଥିବା ଫିଲ୍ମ ଦୋସ୍ତାନାରେ ଅଭିଷେକ ବଚ୍ଚନ, ଜନ୍‌ ଅବ୍ରାହମ୍‌ ଓ ପ୍ରିୟଙ୍କା ଚୋପଡା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ୩ଜଣଙ୍କ କେମିଷ୍ଟ୍ରି ଦର୍ଶକଙ୍କୁ ବହୁତ ଭଲ ଲାଗିଥିଲା। ତେବେ ଏହାର ସିକ୍ବାଲରେ କିଏ କେତେ ଦମ୍‌ଦାର ହେବ ତାହା ଦେଖିବା ବାକି ରହିଛି।



from Prameya News7 https://ift.tt/2tAaUFj
‘ଦୋସ୍ତାନା-୨’ର ଶୁଟିଂ ଆରମ୍ଭ, ପ୍ରଥମ ଥର ପାଇଁ ପରଦାରେ ନଜର ଆସିବ ଏହି ହଟ୍‌ ଯୋଡି ‘ଦୋସ୍ତାନା-୨’ର ଶୁଟିଂ ଆରମ୍ଭ, ପ୍ରଥମ ଥର ପାଇଁ ପରଦାରେ ନଜର ଆସିବ ଏହି ହଟ୍‌ ଯୋଡି Reviewed by SUBHENDU BARAL on January 06, 2020 Rating: 5

No comments:

Powered by Blogger.