ରାଜ୍ୟରେ ୨ରୁ ୩ଡିଗ୍ରି ହ୍ରାସ ପାଇବ ତାପମାତ୍ରା, ବଢିବ ଶୀତ : ଘଡଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ବର ୨୫।୧: ଆସନ୍ତା ଦୁଇ ଦିନ ପର୍ଯ୍ୟପ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ହ୍ରାସ ପାଇବ। ସ୍ଥାନେ ସ୍ଥାନେ ପ୍ରବଳ ଥଣ୍ଡା ଅନୁଭୂତ ହେବ। ପରବର୍ତ୍ତୀ ଦୁଇ ଦିନ ମଧ୍ୟ ସମାନ ସ୍ଥିତି ଲାଗିରହିବ ।

ତେବେ ୨୮ ଓ ୨୯ ତାରିଖରେ ଉତ୍ତର ଓଡିଶାର ଅଧିକାଂଶ ଅଞ୍ଚଳ ଓ ଦକ୍ଷିଣ ଓଡିଶାର ଗୋଟିଏ ଦୁଇଟି ଜାଗାରେ ଘଡଘଡି ସହ ହାଲୁକା ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଉପକୂଳ ଓଡିଶା ସମେତ ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ, ମୟୂରଭଞ୍ଜ, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ବଲାଙ୍ଗୀର ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର କୁହୁଡି ହେବ ବୋଲି ଆକଳନ କରାଯାଇଛି ।



from Prameya News7 https://ift.tt/2RPKVSy
ରାଜ୍ୟରେ ୨ରୁ ୩ଡିଗ୍ରି ହ୍ରାସ ପାଇବ ତାପମାତ୍ରା, ବଢିବ ଶୀତ : ଘଡଘଡି ସହ ବର୍ଷା ସମ୍ଭାବନା ରାଜ୍ୟରେ ୨ରୁ ୩ଡିଗ୍ରି ହ୍ରାସ ପାଇବ ତାପମାତ୍ରା, ବଢିବ ଶୀତ : ଘଡଘଡି ସହ ବର୍ଷା ସମ୍ଭାବନା Reviewed by SUBHENDU BARAL on January 24, 2020 Rating: 5

No comments:

Powered by Blogger.