ପୁଣି ଲେଉଟିବ ଶୀତ : ବର୍ଷା ଛାଡ଼ିଯିବା ପରେ ଆଜିଠାରୁ ରାଜ୍ୟରେ ବଢ଼ିବ ଶୀତ

ଭୁବନେଶ୍ବର ୬/୧: ଆଜିଠୁ ଲେଉଟିବ ଶୀତ । ବର୍ଷା ଛାଡିଯାଇଥିବା ବେଳେ ଆଜିଠୁ ରାଜ୍ୟବାସୀଙ୍କୁ ପୁଣି କଲବଲ କରିବ ଶୀତ । ପାଣିପାଗ ବିଭାଗର ସୂଚନା ଅନୁସାରେ ପୁଣି ଲେଉଟିବ ଜାଡ । ଆଭ୍ୟନ୍ତରୀଣ ଓଡ଼ିଶାରେ ୪ ରୁ ୬ ଡ଼ିଗ୍ରୀ ତାପାମାତ୍ର କମିବାକୁ ଥିବା ବେଳେ ଉପକୂଳ ଓଡ଼ିଶାରେ ୨ରୁ ୪ ଡ଼ିଗ୍ରୀ ଖସିବ ପାରଦ ।

ଅଦିନିଆ ବର୍ଷା ପ୍ରଭାବରେ ଶୀତର ପ୍ରକେ।ପ କମିଥିଲା । ଆଭ୍ୟନ୍ତରୀଣ ଉପକୂଳ ଓ ସମେତ ଥରିବ ଉତ୍ତର ଓଡ଼ିଶା । ଆଭ୍ୟନ୍ତରୀଣ ଓଡ଼ିଶାରେ ୪ ରୁ ୬ ଡ଼ିଗ୍ରୀ ତାପାମାତ୍ର କମିବାକୁ ଥିବା ବେଳେ ଉପକୂଳ ଓଡ଼ିଶାରେ ୨ରୁ ୪ ଡ଼ିଗ୍ରୀ ଖସିବ ପାରଦ । ଆକାଶ ମେଘମୁକ୍ତ ରହିଥିବାରୁ ଗତକାଲି ରାତିରୁ ହ୍ରାସ ପାଇଛି ତାପାମାତ୍ରା । ଏବେ ଉତ୍ତର ଦିଗରୁ ପୁଣି ପବନ ବେ।ହିବା ଆରମ୍ଭ କରିଥିବା ବେଳେ, ଆଗାମୀ ଦିନରେ ରାଜ୍ୟରେ ପାରଦ ୧୦ ଡ଼ିଗ୍ରୀ ତଳକୁ ଖସିବା ସମ୍ଭାବାନା ରହିଛି ।

ଖାସ କରି ଫୁଲବାଣୀ, ଦାରିଙ୍ଗବାଡି, ସେ।ନପୁରୀ ଜିଲ୍ଲାରେ ପ୍ରବଳ ଶୀତ ଅନୁଭୂତ ହେବ । ତା ସହିତ କଟକ ଖେ।ର୍ଦ୍ଧା, ଅନୁଗେ।ଳ, ବାଲେଶ୍ବର ସେ।ନପୁର ଜିଲ୍ଳାମାନଙ୍କରେ ଘନ କୁହୁଡ଼ି ଦେଖାଯିବ । ଏପରିକି କିଛି ସ୍ଥାନରେ ଭିଜିବିଲିଟି ୨୦୦ମିଟର ଠାରୁ ବି କମ ରହିବ । ତେଣୁ ଗାଡ଼ିଚାଳକ ମାନଙ୍କୁ ସାବଧାନ କରିଛି ପାଣିପାଗ ବିଭାଗ ।



from Prameya News7 https://ift.tt/2QNpoJU
ପୁଣି ଲେଉଟିବ ଶୀତ : ବର୍ଷା ଛାଡ଼ିଯିବା ପରେ ଆଜିଠାରୁ ରାଜ୍ୟରେ ବଢ଼ିବ ଶୀତ ପୁଣି ଲେଉଟିବ ଶୀତ : ବର୍ଷା ଛାଡ଼ିଯିବା ପରେ ଆଜିଠାରୁ ରାଜ୍ୟରେ ବଢ଼ିବ ଶୀତ Reviewed by SUBHENDU BARAL on January 05, 2020 Rating: 5

No comments:

Powered by Blogger.