ପୋଲିସ ପାଟ୍ରୋଲିଂ ବେଳେ ଗାଡି ଛାଡି ଚମ୍ପଟ ମାରିଲେ ଡ୍ରାଇଭର, ଗାଡିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ

ଲମତାପୁଟ ୨୫।୦୧: ମାଛକୁଣ୍ଡ ପୋଲିସ ଦ୍ଵାରା ପୁଣି ବିପୁଳ ପରିମାଣର ଗଞ୍ଜେଇ ଜବତ । ଗଞ୍ଜେଇ ସହ ଦୁଇଟି କାର୍‌ ମଧ୍ୟ ଜବତ କରିଛି ପୋଲିସ । କୋରାପୁଟ ଜିଲ୍ଲା ସଗର ନିକଟରେ ପୋଲିସ ପାଟ୍ରୋଲିଂ ସମୟରେ ଜବତ କରିଛି ।  ଜବତ ଗଞ୍ଜେଇର ଆନୁମାନିକ ମୁଲ୍ୟ ୫୧ କେଜି ୮୦୦ ଗ୍ରାମ ହେବ ବୋଲି ଅନୁମାନ କରାଯାଉଛି । ତେବେ ଜବତ ଗଞ୍ଜେଇର ମୁଲ୍ୟ ପ୍ରାୟ ୩ଲକ୍ଷ ଟଙ୍କା ହେବ ବୋଲି ମଧ୍ୟ ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ ଯେ, ମାଛକୁଣ୍ଡ ଓ ଲମତାପୁଟ ପୋଲିସକୁ ଗଞ୍ଜେଇ ଚୋରାଚାଲାଣ ହେଉଥିବାର ସୂଚନା ମିଳିଥିଲା । ତେବେ ଉଭୟ ପୋଲିସ ସଗର ନିକଟରେ ପାଟ୍ରୋଲିଂ ସମୟରେ ଦୁଇଟି କାର୍‌ ଦ୍ରୁତ ଗତିରେ ଆସୁଥିଲା । ପୋଲିସ କାର୍‌ ଦୁଇଟିକୁ ଅଟକାଇବା ଚେଷ୍ଟା କରିଥିଲା , କିନ୍ତୁ କାର୍‌ ପୋଲିସକୁ ଚକ୍‌ମା ଦେଇ ଖସିଯାଇଥିଲା । ପୋଲିସ କାର୍‌ର ପିଛା କରିବା ଦେଖି କାର୍‌ ଡ୍ରାଇଭର ମଣ୍ଡେଇପୁର ଗାଁ ନିକଟରେ କାର୍‌ ଛାଡି ଚମ୍ପଟ ମାରିଥିଲେ ।

ପୋଲିସ କାର୍‌ରୁ ତନଖିବା ପରେ କାର୍‌ରୁ ଗଞ୍ଜେଇ ମିଳିଥିଲା । ଯାହାର ଆନୁମାନିକ ମୁଲ୍ୟ ୩ଲକ୍ଷ ଟଙ୍କା ହେବ ବୋଲି ସନ୍ଦେହ କରାଯାଉଛି ।  ଗଞ୍ଜେଇ ସଗର ଗ୍ରାମ ରୁ ବାହାର ରାଜ୍ୟ ଚୋରା ଚାଳାଣ ହେଉଥିବାର ପୋଲିସ ସନ୍ଦେହ କରୁଛି । ତେବେ ଡ୍ରାଇଭରମାନ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ମଧ୍ୟ ହୁଣ୍ଡାଇ ଗାଡିଟି ସତୀଶ କୁମାର ପ୍ରଧାନଙ୍କ ନାମରେ ଥିବା ବେଳେ ସୁଇଫ୍ଟ ଗାଡିଟି ରାଜ ଭୂଷଣ ତିଓ୍ବାରିଙ୍କ ନାମରେ ଥିବା ଜାଣିବାକୁ ପାଇଛି ପୋଲିସ । ଗାଡି ମାଲିକଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୋଲିସ ।



from Prameya News7 https://ift.tt/2sUjONJ
ପୋଲିସ ପାଟ୍ରୋଲିଂ ବେଳେ ଗାଡି ଛାଡି ଚମ୍ପଟ ମାରିଲେ ଡ୍ରାଇଭର, ଗାଡିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ପୋଲିସ ପାଟ୍ରୋଲିଂ ବେଳେ ଗାଡି ଛାଡି ଚମ୍ପଟ ମାରିଲେ ଡ୍ରାଇଭର, ଗାଡିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ Reviewed by SUBHENDU BARAL on January 24, 2020 Rating: 5

No comments:

Powered by Blogger.