ପୁଣେ: ପ୍ରସିଦ୍ଧ ଅଭିନେତା ତଥା ଥିଏଟର କଳାକାର ଶ୍ରୀରାମ ଲାଗୁଙ୍କ ପରଲୋକ ହୋଇଯାଇଛି। ଗତକାଲି ପୁଣେ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଶ୍ରୀରାମ ଦୀର୍ଘଦିନ ହେବ ଅସୁସ୍ଥ ଥିଲେ।
ମରାଠୀ ଥିଏଟରରେ ସେ ଜଣେ ଜଣାଶୁଣା ପରଚିତ ମୁହଁ ଥିଲେ। ଏହାସହ ସେ ଜଣେ ଡାକ୍ତର ମଧ୍ୟ ଥିଲେ। ସେ ତାଙ୍କ ଫିଲ୍ମ କ୍ୟାରିୟରରେ ୧୦୦ରୁ ଊର୍ଦ୍ଧ୍ୱ ହିନ୍ଦୀ ଓ ମରାଠୀ ଫିଲ୍ମରେ ଅଭିନୟ କରିଥିଲେ। ଫିଲ୍ମରେ ଅଭିନୟ କରିବା ପୂର୍ବରୁ ସେ କିଛି ବର୍ଷ ଡାକ୍ତର ଭାବେ ରୋଗୀଙ୍କ ସେବା କରିଥିଲେ। ତାଙ୍କ ପରଲୋକରେ ଏନ୍ସିପି ମୁଖ୍ୟ ଶରଦ ପାୱାର, କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର୍ ଓ ନୀତିନ ଗଡକରୀ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।
वैचारिक भान असलेले प्रयोगशील रंगकर्मी म्हणून डॉ. लागूंचा मोठा प्रभाव कलाक्षेत्रावर आहे. जुन्याजाणत्यांपासून ते होतकरू कलावंतापर्यंत सर्वांना त्यांचा आधार वाटायचा. त्यांच्या निधनाने महाराष्ट्र एका प्रतिभासंपन्न अभिनेत्याला पारखा झाला. त्यांना भावपूर्ण श्रद्धांजली! pic.twitter.com/2KjzKkia80
— Sharad Pawar (@PawarSpeaks) December 17, 2019
My tributes to all time great artist Shreeram Lagoo. We have lost a versatile personality. A unique theatre actor dominated silver screen and created impact. He was social activists simultaneously.
— Prakash Javadekar (@PrakashJavdekar) December 17, 2019
ज्येष्ठ अभिनेते श्रीराम लागू यांच्या निधनाने मराठी नाट्यसृष्टीचे कधीही भरून न निघणारे नुकसान झाले आहे. पिंजरा, सामना यांसारखे चित्रपट आणि नटसम्राट, हिमालयाची सावली यांसारख्या अजरामर नाटकांमधून त्यांनी मराठी चित्रपट-नाट्यसृष्टी जीवंत केली. माझी डॉ लागू यांना विनम्र श्रद्धांजली.
— Nitin Gadkari (@nitin_gadkari) December 17, 2019
ଯଦି ଆମେ ତାଙ୍କ ଫିଲ୍ମ କ୍ୟାରିୟରକୁ ଯିବା ତେବେ ସେ ପ୍ରଥମେ ତାଙ୍କ କ୍ୟାରିୟର ‘ଆହତ’, ‘ପିଞ୍ଜରା’, ‘ମେରେ ସାଥ୍ ଚାଲ୍’, ‘ସାମ୍ନା’ ଭଳି ଫିଲ୍ମରୁ ଆରମ୍ଭ କରିଥିଲେ। ଏହି ସବୁ ଫିଲ୍ମ ୭୦ଦଶକରେ ରିଲିଜ୍ ହୋଇଥିଲା। ଏହାପରେ ୮୦ ଓ ୯୦ ଦଶକରେ ହିନ୍ଦୀ ଓ ମରାଠୀ ସିନେମାରେ ଶ୍ରୀରାମ ଜଣେ ଜଣାଶୁଣା ଅଭିନେତା ଭାବେ ପରିଚିତ ହୋଇଥିଲେ। ଯଦିଓ ୧୯୯୦ ପରେ ସେ ଆଉ ଏତେଟା ଫିଲ୍ମରେ ଅଭିନୟ କରି ନ ଥିଲେ କିନ୍ତୁ ଥିଏଟର୍ କଳାକାର ଭାବେ ଆକ୍ଟିଭ୍ ଥିଲେ।
ସେ ଅନେକ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ୧୯୭୮ ମସିହାରେ ତାଙ୍କୁ ବେଷ୍ଟ ସପୋର୍ଟିଙ୍ଗ୍ ଆକ୍ଟର ଆୱାର୍ଡ (ଫିଲ୍ମ ‘ଘରୌନ୍ଦା’) ମିଳିଥିଲା। ସେହିପରି ୧୯୯୭ ମସିହାରେ ତାଙ୍କୁ ‘କାଳିଦାସ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଏସବୁ ପୁରସ୍କାର ବ୍ୟତୀତ ତାଙ୍କୁ ଆହୁରି ଅନେକ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।
ଯଦିଓ ଆଜି ସେ ଆଉ ଆମ ଗହଣରେ ନାହାନ୍ତି ହେଲେ ସେ ଛାଡ଼ି ଯାଇଥିବା ତାଙ୍କ ଅଭିନୟର ଯାଦୁ ପାଇଁ ସେ ସବୁବେଳେ ଲୋକଙ୍କ ହୃଦୟରେ ରହିବେ।
from OTV Khabar. https://ift.tt/35w8mG8
No comments: