ପ୍ରେମିକଙ୍କ ଆଗରେ ବିଷ ଖାଇଲେ ନାବାଳିକା ।ହେଲେ କାହିଁକି? Kanak News

କନକ ବ୍ୟୁରୋ :ପ୍ରେମରେ ବିଫଳ ଜଣେ ନାବାଳିକା ବିଷ ପିଇ ପ୍ରାଣ ହାରିଛନ୍ତି। ତାହା ପୁଣି ପ୍ରେମିକଙ୍କ ଆଗରେ। ଫିଲ୍ମର ଦୃଶ୍ୟ ଭଳି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲାର କୁତ୍ରାରେ। ପୁଲିସ ମୃତ ନାବାଳିକାର ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି। ସୁନ୍ଦରଗଡ଼ ବଡ଼ଗାଁ ଥାନା ଅନ୍ତର୍ଗତ ତେଙ୍ଗରାବାହାଲ ଗାଁର ଜନୈକା ନାବାଳିକା ରାଜଗାଙ୍ଗପୁର ଡାଲମିଆଁ କଲେଜରେ +୨ରେ ପାଠ ପଢ଼ୁଥିଲେ। ସେ ଜଣେ ଯୁବକଙ୍କୁ ଭଲ ପାଉଥିଲେ। ତେବେ କୌଣସି କାରଣରୁ ଉଭୟଙ୍କ ସମ୍ପର୍କରେ ତିକ୍ତତା ଆସିଥିଲା।

ପ୍ରେମିକଙ୍କ ସହିତ କଥା ହେବାକୁ ଉଦ୍ୟମ କରିଥିଲେ ନାବାଳିକା। କିନ୍ତୁ ସେ ତାଙ୍କୁ ଏଡ଼ାଇ ଯାଇଥିଲେ। କୌଣସି କାରଣରୁ ବୋଧହୁଏ ସେଭଳି ପରିସ୍ଥିତିକୁ ନାବାଳିକା ଜଣକ ଆଶଙ୍କା କରୁଥିଲେ ଏବଂ ନିଜ ସାଥିରେ ଏକ ବିଷ ଭରା ବୋତଲ ଆଣିଥିଲେ। ପ୍ରେମିକଙ୍କ ଏଭଳି ଅଣଦେଖାରୁ ନିରାଶ ହୋଇ ନାବାଳିକା ଜଣକ ସେହି ବିଷ ପିଇ ଦେଇଥିଲେ। ସେ ବିଷଜ୍ବାଳାରେ ଛଟପଟ ହେଉଥିବା ଦେଖି ସ୍ଥାନୀୟ ଲୋକେ ତାଙ୍କୁ କୁତ୍ରା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି।



from Kanak News https://ift.tt/36XJUxW https://ift.tt/32cCvry
ପ୍ରେମିକଙ୍କ ଆଗରେ ବିଷ ଖାଇଲେ ନାବାଳିକା ।ହେଲେ କାହିଁକି? Kanak News ପ୍ରେମିକଙ୍କ ଆଗରେ ବିଷ ଖାଇଲେ ନାବାଳିକା ।ହେଲେ କାହିଁକି? Kanak News Reviewed by SUBHENDU BARAL on December 20, 2019 Rating: 5

No comments:

Powered by Blogger.