ଶୀତରେ ଥରହର ହେଉଛି ରାଜଧାନୀ ଦିଲ୍ଲୀ : ୮ ଡିଗ୍ରିକୁ ଡିଗ୍ରୀକୁ ଖସିଲା ପାରଦ, ଥଣ୍ଡାର ପ୍ରକୋପ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ Kanak News

କନକ ବ୍ୟୁରୋ : ଉତ୍ତର ଭାରତରେ ଶୀତର ଲହରୀ । ଶୀତରେ ଥରୁଛି ରାଜଧାନୀ ଦିଲ୍ଲୀ । କୋହଲା ପବନରେ ଥରହର ହେଉଛନ୍ତି ଦିଲ୍ଲୀବାସୀ । ରାଜଧାନୀ ଦିଲ୍ଲୀରେ ଥଣ୍ଡାର ପ୍ରକୋପ ଅତ୍ୟଧିକ ହେବାରୁ ଜନ ଜୀବନ ଅସ୍ତବ୍ୟସ୍ଥ । ଦିଲ୍ଲୀରେ ଦିନକୁ ଦିନ ଶୀତର ପ୍ରକୋପ ବଢିବାରେ ଲାଗିଛି । ଆଜି ପାରଦ ୮ ଡିଗ୍ରିକୁ ଖସିଛି ପାରଦ ।

ପାଣିପାଗ ବିଭାଗର ସୁଚନା ଆଧାରରେ ଉତ୍ତର ଦିଗରୁ କୋହୋଲା ପବନ ବୋହିବା କାରଣରୁ ଏଠାରେ ଅତ୍ୟଧିକ ଥଣ୍ଡା ଅନୁଭବ କରାଯାଉଛି । ଏବଂ ଆଗାମୀ ଦିନମାନଙ୍କରରେ ଏହିଭଳି ଥଣ୍ଡାର ପ୍ରଭାବ ରହିବ । ଅତ୍ୟଧିକ ଥଣ୍ଡା କାରଣରୁ ଏଠାରେ ଦିଲ୍ଲୀବାସିଙ୍କ ବାହରକୁ ବାହାରିବା ମୁସ୍କିଲ ହୋଇପଡିଛି । ଦିଲ୍ଲୀରେ ଆଗକୁ ଆହୁରି ତାପମାତ୍ରା ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି । ଦିଲ୍ଲୀରେ ପ୍ରବଳ ଶୀତ ସାଙ୍ଗକୁ ଜାରି ରହିଛି ପ୍ରଦୂଷଣ । କୁହୁଡିର ମୋଟା ଆସ୍ଥରଣ ଯୋଗୁଁ ଦିଲ୍ଲୀ ଆକାଶ ଧୂଆଁଳିଆ ରହୁଛି । ପ୍ରଦୂଷଣ ବାୟୁ ପାଇଁ ମଧ୍ୟ ନାହିଁ ନଥବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଲୋକ ।

ଦିଲ୍ଲୀରେ ରାତିରେ ଫୁଥଫାତରେ ଶୋଉଥିବା ଲୋକଙ୍କୁ ଜାଡ଼ ପାଇଁ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଆଶ୍ରୟସ୍ଥଳୀରେ ଲୋକଙ୍କୁ ଶୋଇବା ପାଇଁ ଜାଗା ନମିଳିବାରୁ ଫୁଟପାତରେ ରାତି କାଟୁଛନ୍ତି ଲୋକ ।



from Kanak News https://ift.tt/2M30owt https://ift.tt/2YW4Hz1
ଶୀତରେ ଥରହର ହେଉଛି ରାଜଧାନୀ ଦିଲ୍ଲୀ : ୮ ଡିଗ୍ରିକୁ ଡିଗ୍ରୀକୁ ଖସିଲା ପାରଦ, ଥଣ୍ଡାର ପ୍ରକୋପ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ Kanak News ଶୀତରେ ଥରହର ହେଉଛି ରାଜଧାନୀ ଦିଲ୍ଲୀ : ୮ ଡିଗ୍ରିକୁ ଡିଗ୍ରୀକୁ ଖସିଲା ପାରଦ, ଥଣ୍ଡାର ପ୍ରକୋପ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ Kanak News Reviewed by SUBHENDU BARAL on December 16, 2019 Rating: 5

No comments:

Powered by Blogger.