ଆରଟିଓ କାଉଂଟରରେ ଆଉ ଲଗାଇବାକୁ  ପଡିବନି ଧାଡି । ଆଜିଠୁ ଡିଏଲ୍ ଓ ଗାଡି କାଗଜପତ୍ର ପାଇଁ ଅନଲାଇନରେ ଦେଇ ହେବ ସମସ୍ତ ଫି’ Kanak News

କନକ ବ୍ୟୁରୋ : ଆଜିଠାରୁ ଆପଣ ଗୋଟିଏ କ୍ଲିକରେ ଆରଟିଓ ଅଫିସର ସବୁ ଫି ବା ଚାର୍ଜ ଦେଇପାରିବେ । ଘରେ କିମ୍ବା କାଫେରେ କିଛି ଅନଲାଇନ ଫି ଦେବା ପରେ ଆଉ କିଛି ଚାର୍ଜ ଦେବାକୁ କାଉଂଟରରେ ଲମ୍ବା ଲାଇନରେ ଠିଆହେବାକୁ ପଡ଼ିବ ନାହିଁ । ନୂଆ ମୋଟର ଯାନ ଆଇନ ଆସିବା ପରେ ଆରଟିଓ ଅଫିସରେ ଲାଗି ରହିଥିଲା ଲମ୍ବା ଭିଡ଼ । ଅନ୍ଲାଇନରେ ଫି’ ଜମା କରିବା ପରେ ମଧ୍ୟ କିଛି ଦେୟ ଏପରି ଥିଲା, ଯାହାକୁ ଜମା କରିବାକୁ ପଡୁଥିଲା କାଉଁଟରରେ ।

ଲର୍ନିଂ ଲାଇସେନ୍ସ ପାଇଁ ୨୦୦ ଟଙ୍କା ଦେବା ପରେ ଅଫିସ ଯାଇ ୨୨ ଟଙ୍କା ଦେବାକୁ କୁହାଯାଉଥିଲା, ସେହିପରି ଡ୍ରାଇଭିଂ ଲାଇସେନ୍ସ ପାଇଁ ୬୭୯ ଟଙ୍କା ଦେବା ପରେ ଜିଏସଟ ବାବଦରେ ୯୪ ଟଙ୍କା କାଉଂଟରରେ ଡିପୋଜିଟ୍ କରିବାକୁ ପଡ଼ୁଥିଲା । ଫଳରେ ଆରଟିଓ ଅଫିସ ଆଗରେ ପ୍ରବଳ ଭିଡ଼ ଲାଗି ରହୁଥିଲା  । କିନ୍ତୁ ଆଜିଠାରୁ ଏହି ସମସ୍ୟା ଦୂର ହେବାକୁ ଯାଉଛି । ଲର୍ନିଂ ଲାଇସେନ୍ସ, ଡ୍ରାଇଭିଂ ଲାଇସେନ୍ସ, ରେଜିଷ୍ଟେସନ୍ ସାର୍ଟିଫିକେଟ୍, ଫିଟନେସ୍ ଓ ପରମିଟ୍ ଭଳି ସବୁ ଫି ଅନଲାଇନରେ ଏକାଥରେ ଦେଇ ହେବ ।



from Kanak News https://ift.tt/2PRlNd5 https://ift.tt/2Mh88LJ
ଆରଟିଓ କାଉଂଟରରେ ଆଉ ଲଗାଇବାକୁ  ପଡିବନି ଧାଡି । ଆଜିଠୁ ଡିଏଲ୍ ଓ ଗାଡି କାଗଜପତ୍ର ପାଇଁ ଅନଲାଇନରେ ଦେଇ ହେବ ସମସ୍ତ ଫି’ Kanak News ଆରଟିଓ କାଉଂଟରରେ ଆଉ ଲଗାଇବାକୁ  ପଡିବନି ଧାଡି । ଆଜିଠୁ ଡିଏଲ୍ ଓ ଗାଡି କାଗଜପତ୍ର ପାଇଁ ଅନଲାଇନରେ ଦେଇ ହେବ ସମସ୍ତ ଫି’ Kanak News Reviewed by SUBHENDU BARAL on December 16, 2019 Rating: 5

No comments:

Powered by Blogger.