ଡାକ୍ତରଖାନା ଅଛି, ହେଲେ ଡାକ୍ତର ନାହାଁନ୍ତି ! ଓଡ଼ିଶାର ଶହେରୁ ଅଧିକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ମରୁଡି; ବିହାର ଭଳି ପଛୁଆ ରାଜ୍ୟଠୁ ବି ପଛରେ ଓଡ଼ିଶା Kanak News

କନକ ବ୍ୟୁରୋ: ଡାକ୍ତରଖାନା ଅଛି ହେଲେ ଡାକ୍ତର ନାହାଁନ୍ତି । ଗୋଟିଏ କି ଦୁଇଟି ଡାକ୍ତରଖାନା ନୁହେଁ ଏଭଳି ସ୍ଥିତି ଅଛି ଶହେରୁ ଅଧିକ ଡାକ୍ତରଖାନାରେ । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଥିବା ହିସାବରୁ ସାମ୍ନାକୁ ଆସିଛି ଏଭଳି କିଛି ତଥ୍ୟ । ଓଡ଼ିଶାର ପଡ଼ୋଶୀ ରାଜ୍ୟ ବିହାର, ତେଲେଙ୍ଗାନା ଭଳି ରାଜ୍ୟଠୁ ବି ପଛରେ ରହିଛି ଓଡ଼ିଶା । ପ୍ରଶ୍ନ ହେଉଛି ଓଡ଼ିଶା ଏତେ ପଛରେ ରହିଲା କେମିତି? ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନଥିବାରେ ଓଡ଼ିଶା ଅନେକ ପଡ଼ୋଶୀ ରାଜ୍ୟଠାରୁ ବି ପଛରେ ପଡ଼ିଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ହିସାବ କରାଯାଇଥିବା ତଥ୍ୟ ଅନୁଯାୟୀ ଓଡ଼ିଶାର ପ୍ରାୟ ୧୦୦ରୁ ଅଧିକ ପିଏଚ୍ସିରେ ଡାକ୍ତର ନାହାନ୍ତି । ପଡ଼ୋଶୀ ବିହାର, ତେଲେଙ୍ଗାନା ଭଳି ରାଜ୍ୟରେ ଏମିତି କୌଣସି ପିଏଚ୍ସି ନାହିଁ, ଯେଉଁଠି ଡାକ୍ତର ନାହାନ୍ତି । ହେଲେ ଓଡ଼ିଶା ଏତେ ପଛରେ କେମିତି ରହିଲା ସେ ନେଇ ପ୍ରଶ୍ନ ଉଠୁଛି ।

ତେଲେଙ୍ଗାନାରେ ସବୁ ପିଏଚସିରେ ଅଛନ୍ତି ଡାକ୍ତର । ବିହାରର ସବୁ ପିଏଚ୍ସିରେ ଅଛନ୍ତି ଡାକ୍ତର । ହେଲେ ଓଡ଼ିଶାର ୧୧୦ ପିଏଚ୍ସିରେ ନାହାନ୍ତି ଡାକ୍ତର । ଏମିତି କିଛି ତଥ୍ୟ ଦେଖିଲା ପରେ ଓଡ଼ିଶାର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ସ୍ୱାସ୍ଥ୍ୟ ସେବା ଯେ କିଭଳି ରହିଛି ତାହା ପଦାରେ ପଡ଼ୁଛି । କେନ୍ଦ୍ର ସ୍ୱାସ୍ଥ୍ର୍ୟ ମନ୍ତ୍ରଣାଳୟର ୨୦୧୮ ରିପୋର୍ଟ କହୁଛି, ବିହାରରେ ୧୮୯୯ ପିଏଚସି ଥିବା ବେଳେ ଏମିତି କୌଣସି ଗୋଟିଏ ପିଏଚସି ନାହିଁ ଯେଉଁଠି ଡାକ୍ତର ନାହାନ୍ତି । ୪୩୯ଟି ପିଏଚସିରେ ୪ଜଣରୁ ଅଧିକ ଲେଖାଏଁ ଡାକ୍ତର ଅଛନ୍ତି । ହେଲେ ଓଡ଼ିଶାରେ ଏମିତି ଗୋଟିଏ ହେଲେ ପିଏଚସି ନାହିଁ ଯେଉଁଠି ୪ଜଣ ଡାକ୍ତର ଅଛନ୍ତି । ଓଡ଼ିଶାର କେବଳ ଗୋଟିଏ ପିଏଚସିରେ ୩ଜଣ ଡାକ୍ତର ଅଛନ୍ତି । ଓଡ଼ିଶାର ୧୨୮୮ ପିଏଚସିରୁ ୧୧୦ଟି ପିଏଚ୍ସିରେ ଆଦୌ ଡାକ୍ତର ନାହାନ୍ତି । ସେହିଭଳି ତେଲେଙ୍ଗାନାରେ ୧୪ଟି ପିଏଚସିରେ ୪ଜଣରୁ ଅଧିକ ଡାକ୍ତର ଥିବା ବେଳେ ଏମିତି କୌଣସି ପିଏଚସି ନାହିଁ ଯେଉଁଠି ଡାକ୍ତର ନାହାନ୍ତି ।

କେବଳ ବିହାର ବା ତେଲେଙ୍ଗାନା ନୁହେଁ, ଆସାମ, କେରଳ, ତାମିଲନାଡୁ ଭଳି ଅନେକ ରାଜ୍ୟ ଅଛି ଯେଉଁ ରାଜ୍ୟରେ ଏମିତି କୌଣସି ପିଏଚ୍ସି ନାହିଁ ଯେଉଁଥିରେ ଡାକ୍ତର ନାହାନ୍ତି । ସ୍ୱାଭାବିକ ଭାବେ ଆନୁଷଙ୍ଗିକ ଟେକ୍ନିସିଆନ୍, ନର୍ସ ଇତ୍ୟାଦି ପଦ ପୂରଣରେ ବି ଓଡ଼ିଶା ପଛରେ ପଡ଼ିଛି ।

ଡାକ୍ତର ନଥିବା ପିଏଚ୍ସି



from Kanak News https://ift.tt/35IcTFy https://ift.tt/2txvqpQ
ଡାକ୍ତରଖାନା ଅଛି, ହେଲେ ଡାକ୍ତର ନାହାଁନ୍ତି ! ଓଡ଼ିଶାର ଶହେରୁ ଅଧିକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ମରୁଡି; ବିହାର ଭଳି ପଛୁଆ ରାଜ୍ୟଠୁ ବି ପଛରେ ଓଡ଼ିଶା Kanak News ଡାକ୍ତରଖାନା ଅଛି, ହେଲେ ଡାକ୍ତର ନାହାଁନ୍ତି ! ଓଡ଼ିଶାର ଶହେରୁ ଅଧିକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ମରୁଡି; ବିହାର ଭଳି ପଛୁଆ ରାଜ୍ୟଠୁ ବି ପଛରେ ଓଡ଼ିଶା Kanak News Reviewed by SUBHENDU BARAL on December 20, 2019 Rating: 5

No comments:

Powered by Blogger.