ଦିଲ୍ଲୀ ଓ ୟୁପିରେ ହାଇଆଲର୍ଟ : ନାଗରିକତା ଆଇନକୁ ନେଇ ଦିଲ୍ଲୀ ଓ ୟୁପିରେ ହାଇଆଲର୍ଟ । ହିଂସାକାଣ୍ଡକୁ ନଜରରେ ରଖି ଆଜି ୟୁପିର ସବୁ ସ୍କୁଲ, କଲେଜ ବନ୍ଦ  Kanak News

ତେଜୁଛି ନାଗରିକତା ଆଇନ  । ନାଗରିକତା ଆଇନ ପ୍ରତିବାଦରେ ଚାଲିଥିବା ବିକ୍ଷୋଭ ଉତ୍ତରପ୍ରଦେଶରେ ଭୟଙ୍କର ରୂପ ନେଇଛି । ଶୁକ୍ରବାର ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ୟୁପିର ସମସ୍ତ ସ୍କୁଲ, କଲେଜ ବନ୍ଦ ରହିଛି । ହିଂସା , ପ୍ରତିବାଦ କରୁଥିବା ବିକ୍ଷୋଭକାରୀଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୬ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଉତ୍ତରପ୍ରଦେଶରେ ଗତ ଦୁଇ ଦିନ ହେବ ହିଂସା ଲାଗି ରହିଛି । ଏବଂ ପୋଲିସ ଦ୍ୱାରା ଲାଠି ଚାର୍ଚ୍ଚ କରାଯାଉଥିବା ମଧ୍ୟ ଦେଖିବାକୁ ମିଳିଛି । ସେହିଭଳି ରାଜଧାନୀ ଦିଲ୍ଲୀରେ କ୍ରମାଗତ ଚତୁର୍ଥ ଦିନ ପ୍ରତିବାଦ, ହିଂସା, ଶୋଭାଯାତ୍ରା ବିଭିନ୍ନ ସ୍ଥାନକୁ ବ୍ୟାପିବାରେ ଲାଗିଛି । ଦିଲ୍ଲୀରେ ମଧ୍ୟ ପରିସ୍ଥିତିକୁ ଦେଖି ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦ ରଖାଯାଇଛି । ଜାମିଆ ନଗର , ଇଣ୍ଡିଆ ଗେଟ୍ , ଦରିଆଗଞ୍ଚ ଆଦି ଅଞ୍ଚଳକୁ ବ୍ୟାପିଛି ନାଗରିକତା ପ୍ରତିବାଦର ହିଂସା । ଏଠାରେ ବ୍ୟାପକ ପୋଡାଜଳା ହୋଇଛି । ସେମାନଙ୍କୁ ଘଉଡାଇବା ପାଇଁ ପୋଲିସ ପାଣି ମାଡ କରିଛି । କେତେକ ବିକ୍ଷୋଭକାରୀଙ୍କୁ ପୋଲିସ ଅଟକ ରଖିଥିବାରୁ ଥାନାରେ ମଧ୍ୟ ଲୋକଙ୍କ ଉନ୍ମୃତକାଣ୍ଡ ଦେତ୍କବାକୁ ମିଳିଛି ।  

ଦିଲ୍ଲୀର ଜାମା ମସଜିଦରେ ଶୁକ୍ରବାର ସମୂହ ନମାଜ ପାଠ ପରେ ହଜାର ହଜାର ମୁସମାନ ଏକାଠି ହୋଇ ଆଇନକୁ ବିରୋଧ କରି ବିକ୍ଷୋଭ ଶୋଭାଯାତ୍ରା କରିଥିଲେ । ପୋଲିସ ଫାଟକ ଲଗାଇ ଏହାକୁ ଅଟକାଇବାକୁ ଚେଷ୍ଟା କରିବା ବେଳେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ । କର୍ତ୍ତୃପକ୍ଷ ୧୭ଟି ମେଟ୍ରୋ ଷ୍ଟେସନ ବନ୍ଦ କରିଥିବା ବେଳେ ଇଣ୍ଟରନେଟ ଓ ମୋବାଇଲ ସେବା ବନ୍ଦ ରହିଛି । ତେବେ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏକ ଭିଡିଓ ମାଧ୍ୟମରେ ଦେଶରେ ଶାନ୍ତି ବଜାୟ ରଖିବାକୁ ଆହ୍ୱାନ ଜଣାଇଛନ୍ତି । ବିଭିନ୍ନ ସ୍ଥାନରେ ପୋଲିସର କାର୍ଯ୍ୟକୁ ସେ ନିନ୍ଦା କରିଛନ୍ତି ।



from Kanak News https://ift.tt/2Q5zQvL https://ift.tt/2EHQeNY
ଦିଲ୍ଲୀ ଓ ୟୁପିରେ ହାଇଆଲର୍ଟ : ନାଗରିକତା ଆଇନକୁ ନେଇ ଦିଲ୍ଲୀ ଓ ୟୁପିରେ ହାଇଆଲର୍ଟ । ହିଂସାକାଣ୍ଡକୁ ନଜରରେ ରଖି ଆଜି ୟୁପିର ସବୁ ସ୍କୁଲ, କଲେଜ ବନ୍ଦ  Kanak News ଦିଲ୍ଲୀ ଓ ୟୁପିରେ ହାଇଆଲର୍ଟ : ନାଗରିକତା ଆଇନକୁ ନେଇ ଦିଲ୍ଲୀ ଓ ୟୁପିରେ ହାଇଆଲର୍ଟ । ହିଂସାକାଣ୍ଡକୁ ନଜରରେ ରଖି ଆଜି ୟୁପିର ସବୁ ସ୍କୁଲ, କଲେଜ ବନ୍ଦ  Kanak News Reviewed by SUBHENDU BARAL on December 20, 2019 Rating: 5

No comments:

Powered by Blogger.