ରକ୍ତରେ ଭିଜିଲା ନାଗରିକତା ନିଆଁ । ଉତରପ୍ରଦେଶରେ ୮ବର୍ଷର ନାବାଳକଙ୍କ ସହ ଗୋଟିଏ ଦିନରେ ୯ଜଣଙ୍କ ମୃତ୍ୟୁ : ସାରା ଦେଶରେ ଗଲାଣି ମୋଟ୍ ୧୭ ଜୀବନ Kanak News
କନକ ବ୍ୟୁରୋ : ନାଗରିକତା ଆଇନ୍କୁ ନେଇ ସାରାଦେଶରେ ଜଳୁଛି ହିଂସାର ନିଆଁ । ଉତରପ୍ରଦେଶରେ ସ୍ଥିତି ଏବେ ଅଣାୟତ ହୋଇଛି । ଗତକାଲି ଗୋଟିଏ ଦିନରେ ଉତରପ୍ରଦେଶରେ ଜଣେ ୮ବର୍ଷର ନାବାଳକଙ୍କ ସମେତ ମୋଟ୍ ୯ ଜଣଙ୍କ ମୃତ୍ୟୁ ହୋଇଛି । ପ୍ରତିବାଦ ଯୋଗୁଁ ହେଉଥିବା ହିଂସା, ପୁଲିସ୍ କାର୍ଯ୍ୟାନୁଷ୍ଠାନ ଏବଂ ଦଳାଚକଟା କାରଣରୁ ୯ ଜଣଙ୍କ ମୃତ୍ୟୁ ହୋଇଥିବା ଉତରପ୍ରଦେଶ ପୁଲିସ୍ ଡିଜି ସୂଚନା ଦେଇଛନ୍ତି । ବର୍ତମାନ ସୁଦ୍ଧା ସାରା ଦେଶରେ ନାଗରିକତା ଆଇନ୍ ଓ ଏନ୍ଆର୍ସିକୁ ବିରୋଧ କରି ହେଉଥିବା ପ୍ରତିବାଦ କାରଣରୁ ମୋଟ୍ ୧୭ ଜଣଙ୍କର ମୃତ୍ୟୁ ହୋଇଛି ।
ଗତକାଲି ଉତରପ୍ରଦେଶର ମିରଟ୍ରେ ୩ ଜଣ, ବିଜନୋରରେ ୨ଜଣ, ବାରଣାସୀ, ଫିରୋଜାବାଦ, ସାମ୍ଭାଲ୍ ଏବଂ କାନପୁରରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରେ ଜଣେ ୮ବର୍ଷର ନାବାଳକ ମଧ୍ୟ ଅଛନ୍ତି । ସେହିପରି ଉତରପ୍ରଦେଶରେ ମୋଟ୍ ୫୦ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି । ଏହା ପୂର୍ବରୁ ଲକ୍ଷ୍ମୌରେ ଜଣେ ଏବଂ କର୍ଣ୍ଣାଟକର ମାଙ୍ଗାଲେରରେ ୨ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ସେହିପରି ଆସାମ ବିକ୍ଷୋଭ ବେଳେ ୫ଜଣଙ୍କ ମୃତ୍ୟୁ ହୋଇଥିଲା । ନାଗରିକତା ଆଇନକୁ ନେଇ ଚାଲିଥିବା ପ୍ରତିବାଦ କାରଣରୁ ଉତରପ୍ରଦେଶରେ ବର୍ତମାନ ସୁଦ୍ଧା ୩ ହଜାର ୩୦୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨୦୦ ଜଣଙ୍କୁ ସୁରକ୍ଷା ଦୃଷ୍ଟିରୁ ହେପାଜତକୁ ନେଇଛି ପୁଲିସ୍ ।
from Kanak News https://ift.tt/2MiruQn https://ift.tt/2SaDya3
No comments: