ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବଡ଼ ନିଷ୍ପତି । ନୀତିରେ ବିଶୃଙ୍ଖଳା କରିଥିବା ସେବାୟତଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ : ଭକ୍ତଙ୍କ ପାଇଁ ପୁରୀରେ ନିର୍ମାଣ ହେବ ଏକ ହଜାର ବିଶିଷ୍ଟ ନିବାସ Kanak News

କନକ ବ୍ୟୁରୋ : ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ସବୁ ନିଆଯାଇଛି । ବୈଠକରେ ହୋଇଥିବା ନିଷ୍ପତି ଅନୁସାରେ ୨୦୧୮ ଡିସେମ୍ବର ମାସରେ ଦ୍ୱାରଫିଟା ନୀତିରେ ବିଳମ୍ବ ଘଟଣାରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହି ଘଟଣାରେ ୨ଜଣ ଜବାବ୍ ରଖିଥିବା ବେଳେ ୩ଜଣଙ୍କୁ କାରଣଦର୍ଶାଅ ନୋଟିସ୍ ହୋଇଛି । ଆସନ୍ତା ୪ ତାରିଖରେ ଏହାର ଶୁଣାଣି ହେବ । ସେହିପରି ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମକୋର୍ଟଙ୍କ ୨୨ଟି ନିର୍ଦ୍ଦେଶାବଳୀ କିଭଳି କାର୍ଯ୍ୟକାରୀ ହୋଇପାରିବ ସେନେଇ ମଧ୍ୟ ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇଛି । ଶ୍ରୀମନ୍ଦିର ପରିଚାଳନା, ନୀତିର ସୁପରିଚାଳନା ନେଇ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନିଆଯିବ ।  ସେହିପରି ଶ୍ରୀମନ୍ଦିରରେ କିଭଳି ଭକ୍ତଙ୍କ ସୁବିଧାକୁ ଆହୁରି ସୁଗମ କରାଯାଇପାରିବେ ସେନେଇ ବୈଠକରେ ଆଲୋଚନା ହୋଇଛି ।

ମାଟିତୋଟାରେ ୧୫ ଏକର ଜାଗରେ ହେବ ଆଦର୍ଶ ଗୁରୁକୂଳ, ଏଥିପାଇଁ ଇଚ୍ଛୁକ ବ୍ୟକ୍ତିମାନେ ଦାନ କରିପାରିବେ । ଏହାକୁ ଦୃଷ୍ଟିରେ ରଖି ଏକ ସ୍ୱତନ୍ତ୍ର ଆକାଉଂଟ ମଧ୍ୟ ଖୋଲାଯାଇଛି । ଶ୍ରୀମନ୍ଦିର ଭିତରର ଉନ୍ନତିକରଣ ପାଇଁ ଯୋଜନା ପ୍ରସ୍ତୁତ କରି ପତ୍ନତତ୍ୱ ବିଭାଗକୁ ଅନୁମୋଦନ ପାଇଁ ଦିଆଯିବ । ଆନ୍ଦନବଜାର ଏବଂ ରୋଷଘର ପାଇଁ ପ୍ରସ୍ତୁତ ହେବ ସ୍ୱତନ୍ତ୍ର ନିୟମାବଳୀ ।  ସେହିପରି ମାଟିତୋଟାରେ ୬ଟି ପ୍ଲଟରେ ନିର୍ମାଣ ହେବ ଭକ୍ତ ନିବାସ । ଯେଉଁଠି ଏକ ହଜାର ରୁମ୍ର ବ୍ୟବସ୍ଥା ରହିବ । ଏହାର ପରିଚାଳନା ଦାୟିତ୍ୱ ଚାରିଟେବଲ ଟ୍ରଷ୍ଟ ହାତରେ ରହିବ । ଏପଟେ ଉଚ୍ଛେଦ ହୋଇଥିବା ଘରୋଇ ପ୍ଲଟ୍କୁ ଜଗନ୍ନାଥ ମହାପ୍ରଭୁଙ୍କ ନାମରେ କରିବା ପାଇଁ ରାଜ୍ୟ  ସରକାରଙ୍କୁ ପ୍ରସ୍ତାବ ଦିଆଯିବ । ବ୍ୟାଙ୍କରେ ଥିବା ସୁନାରୁପା ଆଜି ଆଳଙ୍କାର ପାଇଁ ଏକ ଆକ୍ସନ ପ୍ଲାନ୍ ମଧ୍ୟ ପ୍ରସ୍ତୁତ କରାଯାଇଛି ।



from Kanak News https://ift.tt/2EBP46y https://ift.tt/2sK9APK
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବଡ଼ ନିଷ୍ପତି । ନୀତିରେ ବିଶୃଙ୍ଖଳା କରିଥିବା ସେବାୟତଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ : ଭକ୍ତଙ୍କ ପାଇଁ ପୁରୀରେ ନିର୍ମାଣ ହେବ ଏକ ହଜାର ବିଶିଷ୍ଟ ନିବାସ Kanak News ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବଡ଼ ନିଷ୍ପତି । ନୀତିରେ ବିଶୃଙ୍ଖଳା କରିଥିବା ସେବାୟତଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ : ଭକ୍ତଙ୍କ ପାଇଁ ପୁରୀରେ ନିର୍ମାଣ ହେବ ଏକ ହଜାର ବିଶିଷ୍ଟ ନିବାସ Kanak News Reviewed by SUBHENDU BARAL on December 20, 2019 Rating: 5

No comments:

Powered by Blogger.