ପୁଅ ଆରପାରିକୁ ଚାଲିଯାଇଛି ସତ ହେଲେ ମନରୁ ଯାଇନି…ପୁଅର ମୃତ୍ୟୁର ୫ ବର୍ଷ ପରେ ବି ବୁଢା ବାପାମାଆଙ୍କ ଆଖିରୁ ଶୁଖୁନି ଲୁହ…ଖୋର୍ଦ୍ଧାରୁ ଆସିଲା ଅସରନ୍ତି ସ୍ନେହମମତାର କାହାଣୀ Kanak News
କନକ ବ୍ୟୁରୋ: ପୁଅର ମୃତ୍ୟୁକୁ ୫ବର୍ଷ ବିତିଗଲାଣି । ଏବେ ପୁଅକୁ ଝୁରୁଛନ୍ତି ବାପା ମାଆ । ଜନ୍ମ ଏବଂ ଶ୍ରାଦ୍ଧ ଦିବସରେ ପୁଅର ପ୍ରତିମୂର୍ତିକୁ ରଙ୍ଗ କରି ମନେପକାଇବା ହିଁ ସାର ହୋଇଛି । ବାପା-ମା-ପୁଅର ଅସରନ୍ତି ସ୍ନେହ ମମତାର କାହାଣୀ ଆସିଛି ଖୋର୍ଦ୍ଧା ଜିଲ୍ଲାରୁ ।
ପୁଅ ଆରପାରିକୁ ଚାଲିଯାଇଛି ସତ କିନ୍ତୁ ମନରୁ ଯାଇନି । ଏବେ ଫଟୋକୁ ଦେଖି ମନକୁ ବୁଝାଇବା ସାର ହୋଇଛି ମା ପାଇଁ । ଏହି ଚିତ୍ର ବୟାନ କରୁଛି ପୁଅ ପ୍ରତି ମାର ଅନାବିଳ ସ୍ନେହ ମମତାର ଏହି ଚିତ୍ର କହୁଛି ମା-ପୁଅର ସମ୍ପର୍କ ଏ ଜନ୍ମର ନୁହେଁ, ଜନ୍ମ ଜନ୍ମର ସମ୍ପର୍କ । ଖାଲି ମାଆ ନୁହଁନ୍ତି ବାପା ମଧ୍ୟ ପୁଅର ସମାଧୀକୁ ଚୁନରେ ଧଉଳାଇ ଦେଉଛନ୍ତି । ପୁଅ କଥା ସବୁ ବେଳେ ମନେପଡୁଛି, କିନ୍ତୁ କରିବେ ତ କଣ କରିବେ ।
କେବଳ ସ୍ମୃତିକୁ ସାଉଁଟି ମନେପକାଉଛନ୍ତି ବାପା । ଯିଏ ବୃଦ୍ଧାବସ୍ଥାରେ ସାହାରେ ପାଲଟିଥାନ୍ତିା ଆଜି ସେ ସମାଧୀ ବନିଯାଇଛି । ଖୋର୍ଦ୍ଧା ଜିଲ୍ଲା ଗଁପୁରର ଶତ୍ରୁଘନ ଦାସଙ୍କ ପରିବାର ଏକମାତ୍ର ପୁଅ ପଦ୍ମଚରଣ ଦାସଙ୍କୁ ଆଜିକୁ ୫ ବର୍ଷ ତଳେ ହରାଇଥିଲେ । ହେଲେ ପୁଅକୁ ସହଜରେ ଭୁଲିପାରୁନାହାନ୍ତି ବାପା ମାଆ ।
ଗାଁରେ ବେଶ ଲୋକପ୍ରିୟ ଥିଲେ ପଦ୍ମଚରଣ । ସେଥିପାଇଁ ତାଙ୍କ ମୃତ୍ୟୁ ପରେ ରାସ୍ତାକଡରେ ତିଆରି ହୋଇଛି ପଦ୍ମଚରଣଙ୍କ ପ୍ରତିମୂର୍ତି । ପ୍ରତିଦିନ ଏହି ପ୍ରତିମୂର୍ତିକୁ ଦେଖିବାକୁ ଆସନ୍ତି ତାଙ୍କ ବାପା । ଭଲ ମନ୍ଦ ଦିନରେ ଖାଇବା ଆଣି ରଖନ୍ତି । ଶ୍ରାଦ୍ଧ ଆଉ ଜନ୍ମ ଦିବସରେ ପ୍ରତିମୂର୍ତିରେ ରଙ୍ଗ ଦିଆଯାଏ । ଯାହାକୁ ଦେଖି ଆଶ୍ଚର୍ଯ୍ୟଚକିତ ହୋଇଯାଆନ୍ତି ଗ୍ରାମବାସୀ । ସତରେ ବାପା-ମାଙ୍କ ସହିତ ପୁଅର ସମ୍ପର୍କ କେତେ ନିବିଡ ତାହା ଏହି ଚିତ୍ରରୁ ସ୍ପଷ୍ଟ ବାରିହୋଇପଡୁଛି । ଏହି ଚିତ୍ର ଗୋଟିଏ କଥା କହୁଛି, ପୁଅ ସିନା ମରିଯାଇଛି, କିନ୍ତୁ ବାପାମାଆଙ୍କ ହୃଦୟରେ ଏବେ ବି ଚିରସବୁଜ ହୋଇ ବଂଚିରହିଛି ।
from Kanak News https://ift.tt/2PGAH7b https://ift.tt/2ECUJsY
No comments: