ମୋବାଇଲ ପାଇଁ ଜୀବନ ଗଲା : ଫୋନ ଦେଖିବାକୁ ମା ଆକଟ କରିବାରୁ ରଶି ଲଗାଇ ଆତ୍ମହତ୍ୟା କଲା ପୁଅ Kanak News

କନକ ବ୍ୟୁରୋ : ମୋବାଇଲ ପାଇଁ ଜୀବନ ଗଲା । ମୋବାଇଲ ଦେଖିବାକୁ ମାଆ ବାରଣ କରିବାରୁ ଆତ୍ମହତ୍ୟା କଲା ପୁଅ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ବାସୁଦେବପୁର ବ୍ଲକ୍ ପୁରୁଷୋତ୍ତମପୁର ଗାଁରେ । ମୋବାଇଲ ଫୋନ ଦେଖିବାକୁ ମନା କରିବାରୁ ପୁଅ ରଶି ଲଗାଇ ଆତ୍ମହତ୍ୟା କରିଛି। ମୃତ ନାବାଳକ ସେହି ଗାଁର ବସନ୍ତ ନାୟକଙ୍କ ପୁଅ ଦେବଙ୍କର ନାୟକ।

ଦେବଙ୍କର ବାଲିମେଦ ଭେଡା ସହଯୋଗ ହାଇସ୍କୁଲର ନବମ ଶ୍ରେଣୀରେ ପଢୁଥିଲେ । ପରିବାର ଲୋକଙ୍କ କହିବା ଅନୁଯାୟୀ, ଦେବଙ୍କର ବହୁ ସମୟ ଧରି ମୋବାଇଲ ବ୍ୟବହାର କରୁଥିବାରୁ ସକାଳେ ତାଙ୍କ ମା’ ଆକଟ କରିଥିଲେ ।  ଏହାକୁ ନେଇ ଦେବଙ୍କର ରାଗି ଯାଇ ଘର ଭିତରେ କେହି ନଥିବାର ସୁଯୋଗରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲା ।

ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦେବଙ୍କର ମା’ବାପାଙ୍କର ଏକମାତ୍ର ପୁଅ ହୋଇଥିବାରୁ ତାଙ୍କ ମୃତ୍ୟୁରେ ପରିବାର ସମେତ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।



from Kanak News https://ift.tt/2EPJAVI https://ift.tt/39a5r8b
ମୋବାଇଲ ପାଇଁ ଜୀବନ ଗଲା : ଫୋନ ଦେଖିବାକୁ ମା ଆକଟ କରିବାରୁ ରଶି ଲଗାଇ ଆତ୍ମହତ୍ୟା କଲା ପୁଅ Kanak News ମୋବାଇଲ ପାଇଁ ଜୀବନ ଗଲା : ଫୋନ ଦେଖିବାକୁ ମା ଆକଟ କରିବାରୁ ରଶି ଲଗାଇ ଆତ୍ମହତ୍ୟା କଲା ପୁଅ Kanak News Reviewed by SUBHENDU BARAL on December 23, 2019 Rating: 5

No comments:

Powered by Blogger.