ମନହଟନ ୨୪।୧୨: ବେଳେ ବେଳେ ସର୍ବସାଧାରଣ ସ୍ଥାନରେ ଲୋକମାନେ ଏଭଳି କିଛି କରିବସିଥାନ୍ତି ସେମାନଙ୍କୁ ନାଁ କିଛି ଧ୍ୟାନ ରହିଥାଏ ନାଁ କିଛି ଫରକ ପଡିଥାଏ । ଏମିତି ଏକ ଦମ୍ପତ୍ତିଙ୍କୁ ରେଲଓ୍ବେ ଷ୍ଟେସନରେ ଆପତ୍ତିଜନକ ଅବସ୍ଥାରେ ଦେଖିବାକୁ ମିଳିଥିଲା । ସେହି ବାଟ ଦେଇ ଯାଉଥିବା ଲୋକଙ୍କୁ ଏହା ଆଶ୍ଚର୍ଯ୍ୟ କରିଥିଲା ।
ସୂଚନାଯୋଗ୍ୟ ଯେ, ନ୍ୟୁୟର୍କର ମନହଟନ ନିକଟସ୍ଥ ଗ୍ରାଣ୍ଡ ସେଣ୍ଟ୍ରାଲ ସବଓ୍ବେ ରେଲଓ୍ବେ ଷ୍ଟେସନରେ ଏହି ଦମ୍ପତ୍ତିଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିବାକୁ ମିଳିଥିଲା । ରେଲଓ୍ବେ ଷ୍ଟେସନର ଏକ ପ୍ଲାଟଫର୍ମରେ ଉଭୟ ଶାରିରୀକ ସଂପର୍କ ରଖିଥିବାର ଦେଖାଯାଇଥିଲା । ଦମ୍ପତ୍ତିଙ୍କୁ ଏଭଳି ଅବସ୍ଥାରେ ଦେଖି ସେହି ବାଟ ଦେଇ ଯିବାଆସିବା କରୁଥିବା ଲୋକ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ । ସର୍ବସାଧାରଣ ସ୍ଥାନରେ ସେମାନେ ଏଭଳି କରୁଥିବାର ଦେଖି ସାଧାରଣ ଲୋକଙ୍କୁ ଲାଜ୍ଜ ମଧ୍ୟ ଲାଗୁଥିଲା । ଏହି ଦମ୍ପତ୍ତି ଏଭଳି କରି ପିଡିଏ (ପବ୍ଲିକ୍ ଡିସପ୍ଲେ ଅଫ୍ ଆଫେକସନ) ଆକ୍ଟର ଉଲଂଘନ ମଧ୍ୟ କରିଥିଲେ ।
ଦମ୍ପତ୍ତି ଆପତ୍ତିଜନକ ଅବସ୍ଥାରେ ଥିବାବେଳେ ପ୍ଲାଟଫର୍ମରେ ଏକ ଟ୍ରେନ୍ ଆସି ରହିଥିଲା । ସେହି ଟ୍ରେନ୍ ରେ ଥିବା ଜଣେ ବ୍ୟକ୍ତି ଏମାନଙ୍କୁ ଏପରି ଅବସ୍ଥାରେ ଦେଖି ଭିଡିଓ କରିଦେଇଥିଲେ । ତାକୁ ପରବର୍ତ୍ତି ସମୟରେ ସୋସିଆଲ ମିଡିଆରେ ଭାଇରାଲ କରିଦେଇଥିଲେ । ରେଲଓ୍ବେ ଷ୍ଟେସନର ସିସିଟିଭିରେ ମଧ୍ୟ ଏହି ଦୃଶ୍ୟ କଏଦ ହୋଇଛି । ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଜାରି ରଖିଛି । ଦମ୍ପତ୍ତିଙ୍କ ମଧ୍ୟରୁ ଜଣେ ଶରଣାର୍ଥୀ ଥିବା ପୋଲିସ ସୂଚନା ଦେଇଛି ।
from Prameya News7 https://ift.tt/2ZponLR
No comments: