ବାରବାଟୀ ଦିନିକିଆ ପାଇଁ ଆଜିଠୁ ଅଫଲାଇନରେ ଟିକେଟ ବିକ୍ରି । ସକାଳ ୧୦ଟାରୁ ୫ଟା ପର୍ଯ୍ୟନ୍ତ ବିକ୍ରି ସମୟ । ଅନୁବନ୍ଧିତ ସ୍କୁଲ, କଲେଜ ଓ କ୍ଲବଙ୍କୁ ମିଳିବ ଟିକେଟ Kanak News

କନକ ବ୍ୟୁରୋ: ଆସନ୍ତା ୨୨ ତାରିଖରେ ବାରବାଟୀରେ ଭାରତ ଓ ୱେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚ୍ ଖେଳାଯିବ । ଏଥିପାଇଁ ଆଜିଠାରୁ ଦୁଇ ଦିନ ଧରି ଅଫଲାଇନରେ ଟିକେଟ ବିକ୍ରି ହେବ । ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ଓସିଏ ସମ୍ମିଳନୀ କକ୍ଷରେ ଅନୁବନ୍ଧିତ ସ୍କୁଲ, କଲେଜ ଓ କ୍ଲବ ଇତ୍ୟାଦିକୁ ଟିକେଟ ବିକ୍ରି କରାଯିବ । ସକାଳ ୧୦ଟାରୁ ୫ଟା ପର୍ଯ୍ୟନ୍ତ ଟିକେଟ ବିକ୍ରି ହେବ ।
ଏମାନଙ୍କ ପାଇଁ ୮ ହଜାର ୯୪୬ ଟିକେଟ ବିକ୍ରି ପାଇଁ ଧାର୍ଯ୍ୟ କରାଯାଇଛି । ଏଠାରୁ ଯେଉଁ ଟିକେଟ ବଳିବ, ତାକୁ କାଉଂଟରରେ ବିକ୍ରି କରାଯିବ । ୧୯ ଓ ୨୦ ତାରିଖରେ ୨ଟି କାଉଂଟରରେ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ ବିକ୍ରି କରାଯିବ । ଟିକେଟ ବିକ୍ରି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅନଲାଇନରେ ୮ ହଜାର ୧୫୦ ଟିକେଟ ବିକ୍ରି ଧରିଥିବା ବେଳେ କାଉଂଟରରେ ବିକ୍ରି ପାଇଁ ୧୦ ହଜାର ୫୦ ଟିକେଟ ରହିଛି ।
from Kanak News https://ift.tt/35taK0g https://ift.tt/36xL6HU
ବାରବାଟୀ ଦିନିକିଆ ପାଇଁ ଆଜିଠୁ ଅଫଲାଇନରେ ଟିକେଟ ବିକ୍ରି । ସକାଳ ୧୦ଟାରୁ ୫ଟା ପର୍ଯ୍ୟନ୍ତ ବିକ୍ରି ସମୟ । ଅନୁବନ୍ଧିତ ସ୍କୁଲ, କଲେଜ ଓ କ୍ଲବଙ୍କୁ ମିଳିବ ଟିକେଟ Kanak News
Reviewed by SUBHENDU BARAL
on
December 15, 2019
Rating:
No comments: