ଦିଲ୍ଲୀକୁ ଡେଇଁଲା ନାଗରିକତା ନିଆଁ, ରାଜରାସ୍ତା ଉପରେ ହୁ-ହୁଁ ହୋଇ ଜଳିଲା ବସ୍ : ପୁଲିସ୍-ଜନତା ମୁହଁମୁହିଁ Kanak News

କନକ ବ୍ୟୁରୋ :ନାଗରିକତା ସଂଶୋଧନ ଆଇନ ବିରୋଧରେ ଦେଶର ବିଭିନ୍ନ ଅଞ୍ଚଳରେ ଚାଲିଥିବା ଆନ୍ଦୋଳନ ଓ ହିଂସାତ୍ମକ ବିକ୍ଷୋଭ ଥମିବାର ନାଁ ନେଉନାହିଁ। ରାଜଧାନୀ ଦିଲ୍ଲୀରେ ମଧ୍ୟ  ହିଂସାତ୍ମକ ବିକ୍ଷୋଭ ହୋଇଛି। ବହୁ ସଂଖ୍ୟାରେ ଆନ୍ଦୋଳନକାରୀ ଜାମିଆନଗରରୁ ଅଖୋଲା ପର୍ଯ୍ୟନ୍ତ ଶୋଭାଯାତ୍ରାରେ ବାହାରି ରାସ୍ତାରେ ବ୍ୟାପକ ପୋଡ଼ାଜଳା ଓ ଭଙ୍ଗାରୁଜା କରିଛନ୍ତି। ଦକ୍ଷିଣ ଦିଲ୍ଲୀର ନ୍ୟୁ ଫ୍ରେଣ୍ଡ୍ସ କଲୋନିରେ ୩ଟି ବସ୍ ଏବଂ କେତେକ ବାଇକରେ ଆନ୍ଦୋଳନକାରୀମାନେ ନିଆଁ ଲଗାଇ ଦେଇଛନ୍ତି। ସେଠାରେ ଜାମିଆ ମିଲିଆ ଇସ୍ଲାମିଆ ବିଶ୍ବବିଦ୍ୟାଳୟର ଛାତ୍ରଙ୍କ ସହ ପୁଲିସର ସଂଘର୍ଷ ମଧ୍ୟ ହୋଇଛି। ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବା ଲାଗି ପୁଲିସ ପକ୍ଷରୁ ଲୁହବୁହା ଗ୍ୟାସ୍ ପ୍ରୟୋଗ କରାଯାଇଥିଲା।

truck-strike
Image Courtesy : https://ift.tt/1H5WYmH

ଆନ୍ଦୋଳନକାରୀମାନେ ବ୍ୟାପକ ଅଂଚଳରେ ଆତଙ୍କରାଜ ସୃଷ୍ଟି କରିବାରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ପାଇଁ ବଡ଼ ଚ୍ୟାଲେଂଜ ହୋଇଥିଲା। ଅଗ୍ନିଶମ ବାହିନୀର କର୍ମଚାରୀଙ୍କ ଉପରେ ମଧ୍ୟ ଜାମିଆ ମିଲିଆ ବିଶ୍ବବିଦ୍ୟାଳୟ ପରିସରରେ ଆକ୍ରମଣ ହୋଇଛି। ଏଥିରେ ଅନେକ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି। ବିଶ୍ବବିଦ୍ୟାଳୟ କ୍ୟାମ୍ପରେ ପୁଲିସ ଉପରେ ମଧ୍ୟ ପ୍ରବଳ ପଥର ମାଡ଼ ହୋଇଥିଲା। ଛାତ୍ରମାନଙ୍କ ଦ୍ବାରା ହିଂସାକୁ ଦେଖି ସୁଖଦେବ ବିହାର ଏବଂ ଆଶ୍ରମ ମେଟ୍ରୋ ଷ୍ଟେସନର ଗେଟ୍ ନମ୍ବର ୩କୁ ବନ୍ଦ ରଖାଯାଇଛି। ଦିଲ୍ଲୀର ଜନ୍ତରମନ୍ତରଠାରେ ମଧ୍ୟ ପୂବାଞ୍ଚଳ ଛାତ୍ର ସଂଗଠନଗୁଡ଼ିକ ପକ୍ଷରୁ ବିରୋଧ ପ୍ରଦର୍ଶନ ଜାରି ରହିଛି। ନାଗରିକତା ସଂଶୋଧନ ଆଇନକୁ ନେଇ ଦିଲ୍ଲୀରେ ପ୍ରଥମ ଥର ପାଇଁ ଏଭଳି ହିଂସା ଦେଖିବାକୁ ମିଳିଛି।

ଆନ୍ଦୋଳନକାରୀମାନେ କେତେକ ସ୍ଥାନରେ ରାସ୍ତା ଅବରୋଧ କରିବାରୁ ଯାତାୟତରେ ଗୁରୁତର ବିଭ୍ରାଟ ଦେଖିବାକୁ ମିଳିଥିଲା। ମଥୁରା ରାସ୍ତାକୁ ପ୍ରାୟ ୨ ଘଣ୍ଟା ଧରି ଅବରୋଧ କରି ରଖାଯାଇଥିଲା। ହିଂସାକୁ ଦୃଷ୍ଟିରେ ରଖି ଦିଲ୍ଲୀର ବିଭିନ୍ନ ଅଂଚଳରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। କେତେକ ନିର୍ଦ୍ଦିଷ୍ଟ ଛାତ୍ର ଗୋଷ୍ଠୀ ଅଧିକ ହିଂସା ଭିଆଇବାକୁ ଯୋଜନା କରୁଥିବା ଖବର ମିଳିବା ପରେ ପୁଲିସ ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ କରିଛି। ଅନ୍ୟପକ୍ଷରେ ଜାମିଆ ମିଲିଆ ଛାତ୍ରମାନେ ଏହି ହିଂସାରେ ସଂପୃକ୍ତ ଥିବା କଥା ଅସ୍ବୀକାର କରିଛନ୍ତି। ସେମାନେ କହିଛନ୍ତି ଯେ ଏହି ଶୋଭାଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିବା ବେଳେ କେତେକ ଦୁର୍ବୃତ୍ତ ହିଂସାକାଣ୍ଡ ଘଟାଇଛନ୍ତି। ଜାମିଆ ବିଶ୍ବବିଦ୍ୟାଳୟ କୁପଳତି ମଧ୍ୟ କହିଛନ୍ତି ଯେ ହିଂସାକାଣ୍ଡରେ ଛାତ୍ରମାନଙ୍କର ହାତ ନାହିଁ।



from Kanak News https://ift.tt/2RXJqn4 https://ift.tt/2PMTSuR
ଦିଲ୍ଲୀକୁ ଡେଇଁଲା ନାଗରିକତା ନିଆଁ, ରାଜରାସ୍ତା ଉପରେ ହୁ-ହୁଁ ହୋଇ ଜଳିଲା ବସ୍ : ପୁଲିସ୍-ଜନତା ମୁହଁମୁହିଁ Kanak News ଦିଲ୍ଲୀକୁ ଡେଇଁଲା ନାଗରିକତା ନିଆଁ, ରାଜରାସ୍ତା ଉପରେ ହୁ-ହୁଁ ହୋଇ ଜଳିଲା ବସ୍ : ପୁଲିସ୍-ଜନତା ମୁହଁମୁହିଁ Kanak News Reviewed by SUBHENDU BARAL on December 15, 2019 Rating: 5

No comments:

Powered by Blogger.