ଆଜି ସୁପ୍ରିମକୋର୍ଟରେ ହେବ ନିର୍ଭୟା ମାମଲାର ଶୁଣାଣି । ପ୍ରଧାନ ବିଚାରପତି ଜଷ୍ଟିସ୍ ବୋବଡେ ଶୁଣାଣିରୁ ଓହରିବା ପରେ ନୂଆ ଖଣ୍ଡପୀଠରେ କରିବ ଶୁଣାଣି Kanak News

କନକ ବ୍ୟୁରୋ : ସୁପ୍ରିମକୋର୍ଟରେ ଆଜି ଆସିବ ନିର୍ଭୟା ମାମଲାର ରାୟ । ମାମଲାର ଶୁଣାଣିରୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଶରଦ ଅରବିନ୍ଦ ବୋବଡେ ଓହରି ଯିବାରୁ ଗତକାଲି ଏହି ମାମଲାର ଶୁଣାଣି ହୋଇପାରିନଥିଲା । ଆଜି ଏହି ମାମଲାର ଶୁଣାଣି ନୂଆ ଖଣ୍ଡପୀଠରେ ହେବ । ପ୍ରଧାନ ବିଚାରପତି କହିଛନ୍ତି ତାଙ୍କର ଜଣେ ପାରିବାରିକ ସଦସ୍ୟ ପ୍ରଥମେ ଏହି ମାମଲାରେ ପୀଡିତାଙ୍କ ମାଆଙ୍କୁ ପ୍ରତିନିଧିତ୍ୱ କରିଥିଲେ । ତେଣୁ ଏକ ନୂଆ ଖଣ୍ଡପୀଠ ନିର୍ଭୟା ମାମଲାର ୪ ଅଭିଯୁକ୍ତଙ୍କ ମଧ୍ୟରୁ ଅକ୍ଷୟ ସିଂହଙ୍କ ପୁନଃ ଆବେଦନର ଶୁଣାଣି କରିବା ଠିକ୍ ହେବ ବୋଲି ସେ କହିଛନ୍ତି ।

୨୦୧୭ ମସିହାରେ ସୁପ୍ରିମକୋର୍ଟର ଏକ ଖଣ୍ଡପୀଠ ଅକ୍ଷୟ ସିଂହଙ୍କ ମୃତ୍ୟୁଦଣ୍ଡାଦେଶକୁ କାଏମ ରଖିଥିଲେ । ଏହି ରାୟକୁ ଚ୍ୟାଲେଂଜ କରି ଅକ୍ଷୟ ସିଂହ ସୁପ୍ରିମକୋର୍ଟରେ ଆବେଦନ କରିଛି । ୨୦୧୨ ମସିହାର ହେଉଛି ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲା । ଏହି ମାମଲାରେ ମୋଟ୍ ୬ ଜଣ ଅଭିଯୁକ୍ତ ଥିଲେ । ଏମାନଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ରାମ ସିଂ ଜେଲରେ ଆତ୍ମହତ୍ୟା କରିସାରିଛି । ଅନ୍ୟ ଜଣେ ନାବାଳକ ୩ ବର୍ଷ ହେବ ବାଳ ସୁଧାର ଗୃହରେ ରହିଛି । ଏବେ ୪ ଜଣ ଦୋଷୀ ଏହି ମାମଲାରେ ସୁପ୍ରିମକୋର୍ଟରୁ ମୃତ୍ୟୁଦଣ୍ଡାଦେଶ ପାଇବେ ବୋଲି ନିର୍ଭୟାର ମାଆ ଆଶା ପ୍ରକଟ କରିଛନ୍ତି ।



from Kanak News https://ift.tt/2r71ro0 https://ift.tt/2O7s2sn
ଆଜି ସୁପ୍ରିମକୋର୍ଟରେ ହେବ ନିର୍ଭୟା ମାମଲାର ଶୁଣାଣି । ପ୍ରଧାନ ବିଚାରପତି ଜଷ୍ଟିସ୍ ବୋବଡେ ଶୁଣାଣିରୁ ଓହରିବା ପରେ ନୂଆ ଖଣ୍ଡପୀଠରେ କରିବ ଶୁଣାଣି Kanak News ଆଜି ସୁପ୍ରିମକୋର୍ଟରେ ହେବ ନିର୍ଭୟା ମାମଲାର ଶୁଣାଣି । ପ୍ରଧାନ ବିଚାରପତି ଜଷ୍ଟିସ୍ ବୋବଡେ ଶୁଣାଣିରୁ ଓହରିବା ପରେ ନୂଆ ଖଣ୍ଡପୀଠରେ କରିବ ଶୁଣାଣି Kanak News Reviewed by SUBHENDU BARAL on December 17, 2019 Rating: 5

No comments:

Powered by Blogger.