ଡାକ୍ତରଖାନାରେ ଗାୟତ୍ରୀ ମନ୍ତ୍ର ଶୁଣିଲେ ରୋଗୀ : ସମ୍ବଲପୁର ଜିଲ୍ଲାର ସଦର ଡାକ୍ତରଖାନାରେ ଆରମ୍ଭ ହେଲା ସାଉଣ୍ଡ ସିଷ୍ଟମ Kanak News
କନକ ବ୍ୟୁରୋ : ଡାକ୍ତରଖାନାରେ ଲାଗିଲା ନୂଆ ସାଉଣ୍ଡ ସିଷ୍ଟମ । ଆଗରୁ ପ୍ରାୟ ଅନ୍ୟ ଜଲ୍ଲାରେ ଏହି ଯୋଜନା ଆରମ୍ଭ ହୋଇଥିବା ବେଳେ ସମ୍ବଲପୁର ସଦର ମେଡିକାଲରୁ ଏହି ଯୋଜନା ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ଏଭଳି ବ୍ୟବସ୍ଥା ଜରିଆରେ ରୋଗୀଙ୍କୁ ଓ ରୋଗୀଙ୍କ ସମ୍ପର୍କୀୟଙ୍କୁ ବିଭିନ୍ନ ତଥ୍ୟ ଦିଆଯିବ । ଏହାସହ ଶୁଣିବାକୁ ମିଳିଜ ଭଜନ ଓ ଗାୟତ୍ରୀ ମନ୍ତ୍ର ।
ଡାକ୍ତରଖାନାରେ ରୋଗୀ ଶୁଣିବେ ଭଜନ ଓ ମ୍ୟୁଜିକ୍ । ଯଦିଓ ସବୁ ସମୟରେ ନୁହେଁ ମଝିରେ ମଝିରେ ରୋଗୀଙ୍କ ମନୋରଂଜନ ପାଇଁ ପରବେଷଣ ହେବ । ଏଭଳି ଏକ ପଦକ୍ଷେପ ନେଇଛନ୍ତି ସମ୍ବଲପୁର ଜିଲ୍ଲା ସଦର ମେଡିକାଲ କର୍ତୃପକ୍ଷ । ଡାକ୍ତରଖାନାରେ ନୂତନ ଭାବେ ସାଉଣ୍ଡ ସିଷ୍ଟମ ଲଗାଯାଇଛି । ଏହାଦ୍ୱାରା ଡାକ୍ତରଖାନାରେ ଡାକ୍ତରଙ୍କ ଉପସ୍ଥିତି ସଂପର୍କୀତ ତଥ୍ୟ ରୋଗୀ ପାଇପାରିବେ । ତାସହ ମନୋରଂଜନ ପାଇଁ ଭଜନ ଓ ଗାୟତ୍ରୀ ମନ୍ତ୍ର ମଧ୍ୟ ଶୁଣିପାରିବେ । ଅପରେସନ ଥିଏଟର, ଲେବର ରୁମ୍, ଶିଶୁ ଓ ମାତୃ ବିଭାଗକୁ ବାଦ୍ ଦେଲେ ବାକି ସବୁ ୱାର୍ଡ ପାଇଁ ରହିଛି ସାଉଣ୍ଡ ସିଷ୍ଟମ ।
ନୂଆ କରି ହୋଇଥିବା ଏହି ଯୋଜନା ସ୍ୱାଗତ କରିଛନ୍ତି ରୋଗୀ ଓ ସଂପର୍କୀୟ । ଡାକ୍ତରଖାନାରେ ଚାପଗ୍ରସ୍ତ ଥିବା ବେଳେ ଏଭଳି ବ୍ୟବସ୍ଥା ସେମାନଙ୍କୁ ମାନସିକ ସ୍ତରରେ ସୁଦୃଢ କରିବ ବୋଲି ମତ ପ୍ରକାଶ ପାଇଛି । ଆଗାମୀ ଦିନରେ ମେଡିକାଲ କର୍ତୃପକ୍ଷଙ୍କ ଏ ପଦକ୍ଷେପ ଜିଲ୍ଲାର ଅନ୍ୟ ଡାକ୍ତରଖାନାରେ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ଜିଲ୍ଲା ଚିକିତ୍ସାଧିକାରୀ ।
from Kanak News https://ift.tt/2rnMgXH https://ift.tt/2MjkjYj
No comments: