ବ୍ରହ୍ମପୁର ୨୪।୧୨: ଆଜିଠୁ ଆରମ୍ଭ ହେବ ଗୋପାଳପୁର ବେଳାଭୂମୀ ମହୋତ୍ସବ। କାର୍ଯ୍ୟକ୍ରମର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତ ବର୍ଷ ୫ଦିନ ଧରି ଚାଲିବ ମହୋତ୍ସବ । ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରର ପ୍ରତିଷ୍ଠିତ କଳାକାରଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ସେହିପରି ଚଳିତ ବର୍ଷ ମହୋତ୍ସବରେ ପଲ୍ଲୀଶ୍ରୀ ମେଳା, ବ୍ୟବସାୟିକ ପ୍ରତିଷ୍ଠାନର ଷ୍ଟଲ ଓ ବିଭିନ୍ନ ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ସେମାନଙ୍କ ଷ୍ଟଲ ଖୋଲିବେ ।
ଅପରାହ୍ନ ୪ଟାରେ ମୁଖ୍ୟମନ୍ତ୍ରୀ ଗୋପାଳପୁରରେ ପହଁଞ୍ଚି ମହୋତ୍ସବର ଉଦଘାଟନ କରିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ୍ ରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ ପହଁଞ୍ଚିବା ପରେ ସେଠାରୁ ସଡ଼କ ପଥରେ ଗୋପାଳପୁର ଯିବେ ।
ତେବେ ଗୋପାଳପୁର ବେଳାଭୂମୀ ମହୋତ୍ସବକୁ ଉପଭୋଗ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଟିକିଏ ଝଲକ ପାଇବା ପାଇଁ ଲକ୍ଷାଧିକ ଲୋକଙ୍କ ସମାଗମ ରହିଥିବା ବେଳେ ଟ୍ରାଫିକ ସମସ୍ୟାକୁ ଅଧିକ ଗୁରୁତ୍ବ ଦେଇଛି ପୋଲିସ । ୪ ଜଣ ଅତିରିକ୍ତ ଏସପି, ୧୫ ଜଣ ଡି ଏସ ପି, ୧୫୦ ଜଣ ଅଫିସରଙ୍କ ସମେତ ୩୦ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବାକୁ ଥିବା ବେଳେ ଶାନ୍ତିଶୃଙ୍ଖଳାରେ ମହୋତ୍ସବକୁ ସମାପନ କରିବା ପୁରୁ ବନ୍ଦୋବସ୍ତ କରିବା ସହ ଜନ ସାଧାରଣ ଙ୍କ ସହଯୋଗ ଲୋଡିଛନ୍ତି ବ୍ରହ୍ମପୁର ଏସପି ।
from Prameya News7 https://ift.tt/375fc60
No comments: