ପୁଣି ସାମ୍ନାକୁ ଆସିଲା ପୋଲିସର ଦାଦାଗିରି !! କବାଟ ଖୋଲିବା ବିଳମ୍ବ ହେବାରୁ ଅଫିସ କର୍ମଚାରୀଙ୍କୁ ନିର୍ଧୁମ ପିଟିଲା ପୋଲିସ Kanak News

କନକ ବ୍ୟୁରୋ : ଲୋୟର୍ ପିଏମଜିରେ ଆନ୍ଦୋଳନରତ ଶିକ୍ଷକଙ୍କୁ କ୍ୟାପିଟାଲ ଥାନା ଇନ୍ସପେକ୍ଟରଙ୍କ ଠିଆ ଗୋଇଠାର ଦୃଶ୍ୟକୁ ନେଇ ଚର୍ଚ୍ଚା ନ ଥମୁଣୁ, ଏବେ ଆଉ ଜଣେ ପୁଲିସ ବାବୁଙ୍କ ଦାଦାଗିରି ସାମ୍ନାକୁ ଆସିଛି। କବାଟ ଖୋଲିବାରେ ବିଳମ୍ବ ହେବାରୁ ରାତି ଅଧିଆ ଗେଟ୍ ଡେଇଁ ଏକ ଘରୋଇ ଅଫିସରେ ପଶି କର୍ମଚାରୀଙ୍କୁ ନିର୍ଧୂମ୍ ମାଡ଼ ମାରିଛନ୍ତି। ସେତିକିରେ ବାବୁଙ୍କ ରାଗ ଶାନ୍ତ ହୋଇନି, ସେଠାରୁ ଖଣ୍ଡଗିରି ଥାନାକୁ ଆଣି ହାଜତ ଭିତରେ ରାତି ସାରା ନିସ୍ତୁକ ମାଡ଼ ମାରିଛନ୍ତି। ମାଡ଼ ଖାଇଥିବା କର୍ମଚାରୀଦ୍ବୟ ଏନେଇ ଅଭିଯୋଗ କରିଥିବା ବେଳେ ସିସିଟିଭିରେ ପୂରା ଘଟଣା କଏଦ୍ ହୋଇଛି। ପୂର୍ବରୁ ଏଭଳି ଅଭିଯୋଗକୁ ମିଛ କହି ଆସୁଥିବା କମିସନରେଟ୍ ପୁଲିସ୍ ଏହି ମାମଲାରେ ପ୍ରମାଣ ରହି ଯାଇଥିବାରୁ ଫସି ଯାଇଛି। ସାଦା ପୋଷାକରେ ଥିବା ପୁଲିସ ମାଡ଼ ମାରୁଥିବା ବେଳେ ପୋଷାକରେ ଥିବା ପୁଲିସ ଦେଖଣାହାରୀ ସାଜିଛି। ଘଟଣା ସହିଦ ନଗର ଥାନା ଅଞ୍ଚଳରେ ଘଟିଛି।

ସୂଚନା ମୁତାବକ, ଭୁବନେଶ୍ୱରର ସହିଦ ନଗରସ୍ଥିତ ଏକ ଘରୋଇ ସଂସ୍ଥାର ମାଲିକ ହେଉଛନ୍ତି କୈଳାସ ଚନ୍ଦ୍ର ମୁଦୁଲି। ନିଜର ଡ୍ରାଇଭର ନ ଥିବାରୁ କିଛି ଦିନ ପାଇଁ ରମେଶ ବାରିକ ନାମକ ଡ୍ରାଇଭରଙ୍କୁ ଆଣି ରଖିଥିଲେ। ରମେଶଙ୍କ ନାମରେ ଖଣ୍ଡଗିରି ଥାନାରେ ମାମଲା ରହିଥିଲା। ରମେଶଙ୍କୁ ଖୋଜିବାକୁ ଆସି ଗତ ରାତି ୧୨ଟା ବେଳେ ୩ଜଣ ପୁଲିସ କର୍ମଚାରୀ ଏହି ସଂସ୍ଥାର ଅଫିସ କବାଟ ବାଡ଼େଇଥିଲେ। ଖୋଲିବାରେ ବିଳମ୍ବ ହେବାରୁ ଗୋଇଠା ମାରି କବାଟ ଭାଙ୍ଗି ଭିତରେ ପଶିଥିଲେ। ଉଭୟଙ୍କୁ ବାହାରକୁ ଭିଡ଼ି ଆଣି ସାଦା ପୋଷାକରେ ଥିବା ପୁଲିସ କର୍ମଚାରୀ ମାଡ଼ ମାରିଥିଲେ। ପରେ ରମେଶଙ୍କୁ ଖଣ୍ଡଗିରି ଥାନା ନିଆଯାଇ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ସେଠାରେ କାମ କରୁଥିବା ଅନ୍ୟ କର୍ମଚାରୀ ଶିବୁନା ଓ ବିକାଶ ଏନେଇ ଅଭିଯୋଗ କରିଛନ୍ତି।

ତେବେ କର୍ମଚାରୀଙ୍କ ନାମରେ କୌଣସି ମାମଲା ନାହିଁ। ଯଦି ଗିରଫ କରିବାର ଥିଲା, ତେବେ ଦିନରେ ଆସି ପାରିଥାନ୍ତେ। କିନ୍ତୁ ରାତି ଅଧରେ ଅଫିସରେ ପଶି ତାଙ୍କୁ ମାଡ଼ ମାରି ଥାନାକୁ ନିଆଗଲା କାହିଁକି? ମୋ’ ସରକାର କୁଆଡ଼େ ଗଲା? ମାନବ ଅଧିକାର ଉଲ୍ଲଂଘନ କରିବାକୁ କିଏ ଆଦେଶ ଦେଲା ବୋଲି ପ୍ରଶ୍ନ କରିଛନ୍ତି କୈଳାସ। ଏନେଇ ସେ କୋର୍ଟର ଆଶ୍ରୟ ନେବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି।



from Kanak News https://ift.tt/38YXJOq https://ift.tt/2Se3Mc3

ପୁଣି ସାମ୍ନାକୁ ଆସିଲା ପୋଲିସର ଦାଦାଗିରି !! କବାଟ ଖୋଲିବା ବିଳମ୍ବ ହେବାରୁ ଅଫିସ କର୍ମଚାରୀଙ୍କୁ ନିର୍ଧୁମ ପିଟିଲା ପୋଲିସ Kanak News ପୁଣି ସାମ୍ନାକୁ ଆସିଲା ପୋଲିସର ଦାଦାଗିରି !! କବାଟ ଖୋଲିବା ବିଳମ୍ବ ହେବାରୁ ଅଫିସ କର୍ମଚାରୀଙ୍କୁ ନିର୍ଧୁମ ପିଟିଲା ପୋଲିସ Kanak News Reviewed by SUBHENDU BARAL on December 17, 2019 Rating: 5

No comments:

Powered by Blogger.