ନିର୍ଭୟା ମାମଲା : ଦୋଷୀ ଅକ୍ଷୟ ସିଂହର ରିଭ୍ୟୁ ପିଟିସନ ଉପରେ ଶୁଣାଣି , ସୁପ୍ରିମକୋର୍ଟଙ୍କ ନୂଆ ଖଣ୍ଡପୀଠ କରିବେ ବିଚାର

ନୂଆଦିଲ୍ଲୀ ୧୮।୧୨: ବୁଧବାର ସୁପ୍ରିମକୋର୍ଟରେ ନିର୍ଭୟା ମାମଲାର ରିଭ୍ୟୁ ପିଟିସନର ଶୁଣାଣି ହେବ । ସୁପ୍ରିମକୋର୍ଟର ନୂତନ ଖଣ୍ଡପୀଠ ସକାଳ ୧୦.୩୦ଏନେଇ ଶୁଣାଣି କରିବେ । ମାମଲାରେ ମୃତ୍ୟୁ ଦଣ୍ଡ ପାଇଥିବା ଅକ୍ଷୟ କୁମାର ସିଂ ଦଣ୍ଡାଦେଶ ବିରୋଧରେ ରିଭ୍ୟୁ ପିଟିସନ ଆବେଦନ କରିଥିଲେ । ବ୍ୟକ୍ତିଗତ କାରଣ ଦର୍ଶାଇ ଏହି ମାମଲାର ଖଣ୍ଡପୀଠରୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେ ଓହରିଯିବା ପରେ ନୂଆ ଖଣ୍ଡପୀଠ ଗଠନ ହୋଇଛି ।

ମୃତ୍ୟୁଦଣ୍ଡର ପୁନର୍ବିଚାର ପାଇଁ ଦୋଷୀ ଅକ୍ଷୟ ସିଂହ, ସୁପ୍ରିମକୋର୍ଟରେ ଆବେଦନ କରିଥିଲା । ଦିଲ୍ଲୀରେ ବଢୁଥିବା ପ୍ରଦୂଷଣ କାରଣରୁ ଆୟୁ କମି ଯାଉଥିବାରୁ ମୃତ୍ୟୁଦଣ୍ଡର ଆବଶ୍ୟକତା ନଥିବା କହି ନିଷ୍ପତ୍ତିର ପୁନର୍ବିଚାର ପାଇଁ ଆବେଦନ କରିଥିଲେ ଅକ୍ଷୟଙ୍କ ଓକିଲ । ଏହାସହ ଅକ୍ଷୟ ନିଜ ଆବେଦନରେ କହିଛି ଯେ ମୃତ୍ୟୁଦଣ୍ଡ ଅପରାଧୀକୁ ମାରିବା ଦ୍ବାରା ଅପରାଧ ଶେଷ ହେବ ନାହିଁ । ଏଣୁ ମୃତ୍ୟୁଦଣ୍ଡର ପୁନର୍ବିଚାର ସହ ସଂସ୍କାର ପାଇଁ ସୁଯୋଗ ଦେବାକୁ ସେ କୋର୍ଟରେ ଆବେଦନ କରିଛନ୍ତି । ପୂର୍ବରୁ ନିର୍ଭୟା ମାମଲାରେ ଅନ୍ୟ ତିନି ଅଭିଯୁକ୍ତ ମୁକେଶ, ପବନ ଗୁପ୍ତା ଓ ବିନୟ ଶର୍ମା ସୁପ୍ରିମକୋର୍ଟରେ ଦାୟର କରିଥିବା ପୁନର୍ବିଚାର ଆବେଦନ ଖାରଜ ହୋଇସାରିଛି



from Prameya News7 https://ift.tt/38LSCkq
ନିର୍ଭୟା ମାମଲା : ଦୋଷୀ ଅକ୍ଷୟ ସିଂହର ରିଭ୍ୟୁ ପିଟିସନ ଉପରେ ଶୁଣାଣି , ସୁପ୍ରିମକୋର୍ଟଙ୍କ ନୂଆ ଖଣ୍ଡପୀଠ କରିବେ ବିଚାର ନିର୍ଭୟା ମାମଲା : ଦୋଷୀ ଅକ୍ଷୟ ସିଂହର ରିଭ୍ୟୁ ପିଟିସନ ଉପରେ ଶୁଣାଣି , ସୁପ୍ରିମକୋର୍ଟଙ୍କ ନୂଆ ଖଣ୍ଡପୀଠ କରିବେ ବିଚାର Reviewed by SUBHENDU BARAL on December 17, 2019 Rating: 5

No comments:

Powered by Blogger.