ରାଜ୍ୟବାହାରକୁ ଚୋରାଚାଲାଣ ବେଳେ କାର ସହ ଗଞ୍ଜେଇ ଜବତ , ୨ଜଣ ଅଟକ

ଲମତାପୁଟ ୧୮।୧୨: କୋରାପୁଟ ଜିଲ୍ଲା  ଲମତାପୁଟ ନିକଟ କଡ୍ରି ଗାଁ ନିକଟରୁ ୮୦କେଜି ଗଞ୍ଜେଇ ସହ ଏକ ମହିନ୍ଦ୍ରା କରା ଜବତ କରିଛି ପୋଲିସ । ଗଞ୍ଜେଇ ଓ କାର ସହ ୨ଜଣଙ୍କୁ ମଧ୍ୟ ଅଟକ କରିଛି ପୋଲିସ । ରାତିରେ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଜବତ କରିଛି ।

ସୂଚନାଯୋଗ୍ୟ ଯେ, ବିଳମ୍ବିତ ରାତିରେ ମାଛକୁଣ୍ଡ ଓ ଲମତାପୁଟ ପୋଲିସ କଡ୍ରି ଗାଁ ନିକଟରେ ପାଟ୍ରୋଲିଂ କରୁଥିବା ସମୟରେ ଏକ ମହିନ୍ଦ୍ରା କାରକୁ ଅଟକାଇଥିଲେ । କାର୍ ଚେକ୍ କରିବା ସମୟରେ ୮୦କେଜି ଗଞ୍ଜେଇ ଜବତ କରିବା ସହ ୨ଜଣଙ୍କୁ ଗରିଫ କରିଛି ପୋଲିସ । 

ପୋଲିସ ଗାଡି ଯାଞ୍ଚ କରିବାରୁ ଦୁଇ ଅଭିଯୁକ୍ତ ଗାଡିରେ କିଛି ନାହିଁ ବୋଲି କହିବା ସହ ଅଯଥା ସମୟ ନଷ୍ଟ କରି ଗାଡିକୁ କଣ ପାଇଁ ଅଟକାଇ ଥିବା କହିଥିଲେ । କିନ୍ତୁ ଗାଡିରେ ଅନ୍ୟ ନମ୍ବର ପ୍ଳେଟ ଦେଖି ସନ୍ଦେହ କରି ଗାଡିକୁ ତନ ତନ କରି ଯାଞ୍ଚ କରିଥିଲା ପୋଲିସ । 

ଗାଡିରେ ଅଭିନବ ଉପାୟରେ ଗଞ୍ଜେଇ ରଖାଯାଇଥିଲା ଜାଣିବାକୁ ପାଇଥିଲା ପୋଲିସ । ଗାଡିର ଡୋର ଇଣ୍ଡିକେଟର ଲାଇଟ ଏବଂ ଗାଡିର ପଛପଟ ବମ୍ଫର ଗୁଡିକରେ ଗଞ୍ଜେଇ ଲୁଚେଇ ରଖାଯାଇଥିଲା । ଏହି ଗଞ୍ଜେଇ ଆନ୍ଧ୍ରପ୍ରଦେଶରୁ  ଜଗଦଲପୁରକୁ ଚୋରା ଚାଲାଣ କରାଯାଉଥିଲା  । ଜବତ  ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୪  ଲକ୍ଷ ଟଙ୍କା ହେବା ବୋଲି ସନ୍ଦେହ କରୁଛି ପୋଲିସ ।  



from Prameya News7 https://ift.tt/36Inbpp
ରାଜ୍ୟବାହାରକୁ ଚୋରାଚାଲାଣ ବେଳେ କାର ସହ ଗଞ୍ଜେଇ ଜବତ , ୨ଜଣ ଅଟକ ରାଜ୍ୟବାହାରକୁ ଚୋରାଚାଲାଣ ବେଳେ କାର ସହ ଗଞ୍ଜେଇ ଜବତ , ୨ଜଣ ଅଟକ Reviewed by SUBHENDU BARAL on December 17, 2019 Rating: 5

No comments:

Powered by Blogger.