ସୂର୍ଯ୍ୟପରାଗ ପରେ କରନ୍ତୁ ଏହି ୫ଟି କାମ, ୨୦୨୦ରେ ଧନର ରହିବନି ଅଭାବ ଏବଂ ଜୀବନରେ ରହିବ ସୁଖ ଶାନ୍ତି

ଭୁବନେଶ୍ବର ୨୬।୧୨: ଆଜି ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ ବିରଳ ସୂର୍ଯ୍ୟପରାଗ। ଏହା ବର୍ଷ ତଥା ଦଶନ୍ଧିର ଶେଷ ସୂର୍ଯ୍ୟ ପରାଗ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପ୍ରାୟ ୫୮ ବର୍ଷ ପରେ ଏହି ସୂର୍ଯ୍ୟ ପରାଗ ସ୍ପର୍ଶ କରୁଛି । ସକାଳ ୮ଟା ୨୦ ମିନିଟ୍ ୮ ସେକେଣ୍ଡରେ ସୂର୍ଯ୍ୟ ପରାଗ ସ୍ପର୍ଶ କରିବ । ୧୧ଟା ୨୯ ମିନିଟ୍ ୧୦ ସେକେଣ୍ଡରେ ସର୍ବମୋକ୍ଷ । ଏହା ପୂର୍ବରୁ ଏଭଳି ସୂର୍ଯ୍ୟ ପରାଗ ୧୯୬୨ ମସିହା ଫେବୃଆରୀ ୫ ତାରିଖରେ ହୋଇଥିଲା । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଯଦି ଆପଣ ଆଗାମୀ ୨୦୨୦ବର୍ଷକୁ ସୁଖ ଶାନ୍ତିରେ ବିତାଇବାକୁ ଚାହୁଁଛନ୍ତି ତେବେ ସୂର୍ଯ୍ୟ ପରାଗ ପରେ ଏହି ୫ଟି କାମ ନିଶ୍ଚୟ କରନ୍ତୁ ।

ସୂର୍ଯ୍ୟ ପରାଗ ସମୟରେ ରାହୁ-କେତୁ ସମ୍ବନ୍ଧିତ ଉପାୟ କରିବା ଲାଭଦାୟକ ହୋଇଥାଏ । ଏଭଳି କରିବା ଦ୍ବାରା ରାହୁ-କେତୁ ଶାନ୍ତ ରହିଥାନ୍ତି । ଅନାବଶ୍ୟକୀୟ କଷ୍ଟରୁ ମୁକ୍ତି ମିଳିଥାଏ । ସମସ୍ତ ପ୍ରକାର ନକରାତ୍ମକ ଶକ୍ତି ଦୂରେଇ ରୁହନ୍ତି । ରାହୁ-କେତୁକୁ ଶାନ୍ତ କରିବାକୁ ପରାଗ ପୂର୍ବରୁ ତେଲ, ରାଶି, କୋଇଲା, କଳା ବସ୍ତ୍ର ଦାନ କରିବାକୁ ରଖନ୍ତୁ । ଏବଂ ପରାଗ ପରେ ସ୍ନାନ ପୂଜା ଆଦି ସାରି କୌଣସି ଅଭାବୀ ଲୋକଙ୍କୁ ଦାନ କରନ୍ତୁ ।

ଜ୍ୟୋତିଷଶାସ୍ତ୍ର ଅନୁସାରେ ସୂର୍ଯ୍ୟ ପରାଗ ସମୟରେ ଗାୟତ୍ରୀ ମନ୍ତ୍ର, ସୂର୍ଯ୍ୟ ମନ୍ତ୍ର, ନାରାୟଣ ମନ୍ତ୍ରକୁ ଜପ ଏବଂ ଧ୍ୟାନ କରିବା ସର୍ବଶ୍ରେଷ୍ଠ ହୋଇଥାଏ । ଏଭଳି କରିବା ଦ୍ବାରା ଆପଣଙ୍କ ଜାତକରେ ଥିବା ସମସ୍ତ ଗ୍ରହମାନଙ୍କରୁ ଅଶୁଭ ପ୍ରଭାବ ଦୂର ହୋଇଥାଏ । ଏହା କରିବା ଦ୍ବାରା ବର୍ଷ ୨୦୨୦ରେ ଆପଣଙ୍କ ଶୁଭ ଫଳ ପ୍ରାପ୍ତି ହେବ । ଆୟରେ ବୃଦ୍ଧି ହୋଇପାରେ ।

ପରାଗ ସର୍ବମୋକ୍ଷ ପରେ ପବିତ୍ର ନଦୀ ଜଳ ତଥା ଅନ୍ୟ ଜଳରେ ପବିତ୍ର ଗଙ୍ଗାଜଳ ମିଶାଇ ଗାଧାନ୍ତୁ । ଶାରିରୀକ ଏବଂ ମାନସିକ ଶୁଦ୍ଧି ପାଇଁ ପରାଗ ପରେ ସ୍ନାନ କରିବା ଜରୁରୀ ବୋଲି ଧରାଯାଏ । ସ୍ନାନ କରିବା ପରେ ଭଗବାନ ବିଷ୍ଣୁଙ୍କ ପୂଜା କରି ଦୀପ ଦାନ କରନ୍ତୁ । ଏହା ଦ୍ବାରା ସ୍ବାସ୍ଥ୍ୟ ଉପରେ ଅନୁକୂଳ ପ୍ରଭାବ ପଡିଥାଏ । ଜୀବନରେ ପ୍ରତିଷ୍ଠା ପ୍ରାପ୍ତ ହୋଇଥାଏ ।

ସୂର୍ଯ୍ୟ ପରାଗ ପରେ ଅନ୍ନ, ବସ୍ତ୍ର ଏବଂ ଧନ ଦାନ କରିବାର ନିୟମ ରହିଛି । ଜ୍ୟୋତିଷଶାସ୍ତ୍ର ଅନୁସାରେ ଏଭଳି କରିବା ଦ୍ବାରା ଜୀବନର ସମସ୍ତ ଚିନ୍ତା ଦୂର ହୋଇଥାଏ । ଏହି ଉପାୟ କରିବା ଦ୍ବାରା ନୂଆ ବର୍ଷରେ ଗ୍ରହ ପୀଡାରୁ ମୁକ୍ତି ମିଳିବ । ଚାକିରୀ କରୁଥିବା ଲୋକଙ୍କର ପଦୋନ୍ନତିର ଯୋଗ ରହିଛି ।

ସୂର୍ଯ୍ୟ ପରାଗ ସମୟରେ ଆପଣଙ୍କ ଇଷ୍ଟ ଦେବାଦେବୀଙ୍କ ମନ୍ତ୍ର ଜପ କରିବା ଲାଭଦାୟକ ଧରାଯାଏ । ଏମାନଙ୍କର ଉପାସନା କରିବା ଦ୍ବାରା ଜାବନରେ ଉନ୍ନତି ହୋଇଥାଏ । ଚଳିତ ବର୍ଷର ଏହା ଶେଷ ସୂର୍ଯ୍ୟ ପରାଗ ହେତୁ ଏହି ଉପାୟରେ ଆଗାମୀ ବର୍ଷକୁ ସୁଖମୟ କରନ୍ତୁ ।



from Prameya News7 https://ift.tt/2t68vBG
ସୂର୍ଯ୍ୟପରାଗ ପରେ କରନ୍ତୁ ଏହି ୫ଟି କାମ, ୨୦୨୦ରେ ଧନର ରହିବନି ଅଭାବ ଏବଂ ଜୀବନରେ ରହିବ ସୁଖ ଶାନ୍ତି ସୂର୍ଯ୍ୟପରାଗ ପରେ କରନ୍ତୁ ଏହି ୫ଟି କାମ, ୨୦୨୦ରେ ଧନର ରହିବନି ଅଭାବ ଏବଂ ଜୀବନରେ ରହିବ ସୁଖ ଶାନ୍ତି Reviewed by SUBHENDU BARAL on December 25, 2019 Rating: 5

No comments:

Powered by Blogger.