ଗ୍ରେଟର ନୋଏଡା ୨୦।୧୨: ଗ୍ରେଟର ନୋଏଡା ଥାନା ଅଞ୍ଚଳର ସୁରଜପୁରରେ ଏକ ନକଲି କଲ୍ ସେଣ୍ଟର ଠାବ କରିଛି ପୋଲିସ । ପୋଲିସ ଚଢାଉ କରି ୫ଜଣଙ୍କୁ ଗିରଫ, ୧୭ଟି ମୋବାଇଲ, ୫୦ଟି ସମ୍ କାର୍ଡ, ଲାପ୍ଟପ୍ ଓ ନଗଦ ୧୧ହଜାର ଟଙ୍କା ଜବତ କରିଛି ପୋଲିସ । ଲୋକମାନଙ୍କୁ ମିଛ ଫୋନ କଲ୍ କରି ସେମାନଙ୍କ ଟଙ୍କା ହଡପ କରୁଥିବା ଅଭିଯୋଗରେ ଗିରଫ କରାଯାଇଛି । ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
ସୂଚନାଯୋଗ୍ୟ ଯେ, ପୋଲିସ ଗିରଫ କରିଥିବା ଅଭିଯୁକ୍ତମାନେ ବହୁତ ଦିନ ହେବ ସାଧାରଣଲୋକଙ୍କ ଫୋନ କଲ୍ ମାଧ୍ୟମରେ ଅଫରର ଲୋଭ ଦେଖାଇ ସେମାନଙ୍କର OTPକୁ ବ୍ୟବହାର କରି ଆକାଉଣ୍ଟରୁ ଟଙ୍କା ଉଠାଣ କରୁଥିଲେ । ପୋଲିସ ନିକଟରେ ଏହି ଠକେଇ ନେଇ ଅଭିଯୋଗ ଆସିବା ପରେ ବିଳମ୍ବିତ ରାତିରେ ସମସ୍ତଙ୍କୁ ଗିରଫ କରାଯାଇଛି । ଘଟଣାରେ ଅନ୍ୟ କେତେଜଣ ସଂପୃକ୍ତ ଥିବା ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।
from Prameya News7 https://ift.tt/2Z8MfmT
ନକଲି କଲ୍ ସେଣ୍ଟରରେ ପୋଲିସର ରେଡ୍, ୫ ଗିରଫ
Reviewed by SUBHENDU BARAL
on
December 19, 2019
Rating:
No comments: