ନକ୍ସଲ ହମ୍‌ଲାରେ ୩ ପୁଲିସ୍‌ କର୍ମୀ ସହିଦ OTV KHABAR BUREAU

ରାଞ୍ଚି: ପୁଲିସ୍‌ ଉପରକୁ ନକ୍ସଲଙ୍କ ଆକ୍ରମଣ। ଝାଡଖଣ୍ଡର ଲେତେହାର ଜିଲ୍ଲାରେ ଏହି ଘଟଣା ଘଟିଛି। ଏଥିରେ ୩ ଜଣ ପୁଲିସ୍‌ କର୍ମୀ ସହିଦ ହୋଇଛନ୍ତି।

ଏକ ୪ ଚକିଆ ଗାଡ଼ିରେ ପୁଲିସ୍‌ କର୍ମୀ ଯାଉଥିବା ସମୟରେ ଶୁକ୍ରବାର ସନ୍ଧ୍ୟା ୮.୩୦ ବେଳକୁ ସଶସ୍ତ୍ର ନକ୍ସଲବାହିନୀ ସେମାନଙ୍କ ଉପରକୁ ଆକ୍ରମଣ କରିଥିଲେ।

ନକ୍ସଲମାନେ ପୁଲିସ୍‌ ଗାଡ଼ିକୁ ଘେରିଯାଇ ଆକ୍ରମଣ କରିଥିଲେ। ଏଥିରେ ସହିଦ ହୋଇଥିବା ପୁଲିସ୍‌ କର୍ମୀଙ୍କ ମଧ୍ୟରେ ଜଣେ ସବ୍‌ ଇନ୍ସପେକ୍ଟର ପାହ୍ୟାର ପୁଲିସ୍‌ ଓ ଜଣେ ହୋମ୍‌ଗାର୍ଡ ଅଛନ୍ତି।

୮୧ ଆସନ ବିଶିଷ୍ଟ ଝାଡଖଣ୍ଡ ବିଧାନସଭା ପାଇଁ ନଭେମ୍ବର ୩୦ରୁ ନିର୍ବାଚନ ଆରମ୍ଭ ହେବ। ୫ଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ନିର୍ବାଚନ ଡିସେମ୍ବର ୨୩ରେ ସରିବ।



from OTV Khabar. https://ift.tt/2OAlvHa
ନକ୍ସଲ ହମ୍‌ଲାରେ ୩ ପୁଲିସ୍‌ କର୍ମୀ ସହିଦ OTV KHABAR BUREAU ନକ୍ସଲ ହମ୍‌ଲାରେ ୩ ପୁଲିସ୍‌ କର୍ମୀ ସହିଦ OTV KHABAR BUREAU Reviewed by SUBHENDU BARAL on November 22, 2019 Rating: 5

No comments:

Powered by Blogger.