୨୪ ଘଣ୍ଟାର ଅପେକ୍ଷା… ରାତି ପାହିଲେ ପ୍ଲାଟିନମ୍ ଜୁବୁଲି । ସଜେଇ ହୋଇଛି ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ Kanak News

୨୪ ଘଣ୍ଟାର ଅପେକ୍ଷା। ୨୩ ତାରିଖ ପୂର୍ବାହ୍ନରେ ଉଦଘାଟିତ ହେବ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ଲାଟିନମ୍‌ ଜୁବୁଲିର ଉଦଯାପନୀ ଉତ୍ସବ। ବର୍ଷକ ଯାକ ସେଭଳି କୌଣସି ଆଖିଦୃଶିଆ କାର୍ଯ୍ୟକ୍ରମ ହୋଇ ନଥିବା ବେଳେ ଉଦଯାପନୀ ଉତ୍ସବରେ କିଛି ସ୍ମୃତି ଛାଡ଼ିଯିବାକୁ ପୁରାତନ ଛାତ୍ରଛାତ୍ରୀ ଲାଗି ପଡ଼ିଛନ୍ତି। ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଧାୟକଙ୍କ ପର୍ଯ୍ୟନ୍ତ, ଅଭିନେତାଙ୍କଠାରୁ ଅଭିନେତ୍ରୀଙ୍କ ଯାଏ; ସମସ୍ତେ ଗୋଟିଏ କ୍ୟାମ୍ପସରେ ଏକାଠି ହେବାକୁ ଆହ୍ବାନ ଦେଇଛନ୍ତି। ଗୋଟିଏ ପଟେ ସୋସିଆଲ ମିଡିଆରେ ବ୍ୟାପକ ପ୍ରଚାରପ୍ରସାର ଚାଲିଥିବା ବେଳେ ଅନ୍ୟପଟେ ରଙ୍ଗିନ୍‌‌ ଆଲୋକମାଳାରେ ସଜେଇ ହେଲାଣି କ୍ୟାମ୍ପସ। ପ୍ରବେଶ ପଥଠାରୁ ପାଠାଗାର ପର୍ଯ୍ୟନ୍ତ ସବୁ କିଛି ଆଜିଠାରୁ ରଙ୍ଗିନ୍‌ ଆଲୋକରେ ସଜେଇ ହୋଇଛି। ଆଉ ଯାହା କିଛି ବାକି ରହିଛି, ଶୁକ୍ରବାର ତାହାକୁ ଚୂଡ଼ାନ୍ତ ରୂପ ଦିଆଯିବ।

୨୩ ତାରିଖ ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ଲାଟିନମ୍‌ ଜୁବୁଲିର ଉଦଯାପନୀ ଉତ୍ସବକୁ ଉଦଘାଟନ କରିବେ। ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେବେ। ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ ରାଉତ ଉପସ୍ଥିତ ରହିବେ। ଏହି ଦିନ ଅପରାହ୍ଣ ୩ଟାରୁ ୫ଟା ପର୍ୟ୍ୟନ୍ତ ‘ଦି ପାଥ୍‌ ଆହେଡ୍‌’ ଉପରେ ଆଇପିଏସ୍‌ ସତ୍ୟଜିତ୍‌ ମହାନ୍ତି ଓ ବିଜୟ କୁମାର ସାହୁ ବକ୍ତବ୍ୟ ପ୍ରଦାନ କରିବେ। ୨୪ ତାରିଖରେ ପୁରାତନ ଛାତ୍ରଛାତ୍ରୀଙ୍କ ମହାମିଳନ ଅନୁଷ୍ଠିତ ହେବ। ସକାଳ ୯ଟାରୁ ୧୦ଟା ୪୫ ପର୍ୟ୍ୟନ୍ତ ପୁରାତନ ଛାତ୍ରଛାତ୍ରୀ ସେମାନଙ୍କ ବିଭାଗ ପରିଦର୍ଶନ କରିବେ। ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୧ଟା ୩୦ ପର୍ୟ୍ୟନ୍ତ ପୁରାତନ ଛାତ୍ରଛାତ୍ରୀଙ୍କ ମହାମିଳନ ହେବ। ଆଲୁମିନି ଆଫେୟାରର ଆବାହକ ବିଜୟ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ସମ୍ମିଳନୀରେ କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଥିବା ବେଳେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ସାଂସଦ ଅଚ୍ୟୁତ ସାମନ୍ତ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ପଞ୍ଚାନନ କାନୁନ୍‌ଗୋ, ପ୍ରସାଦ ହରିଚନ୍ଦନ, ପୃଥୀରାଜ ହରିଚନ୍ଦନ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ। ଅପରାହ୍‌ଣ ୩ଟାରୁ ୫ଟା ପର୍ୟ୍ୟନ୍ତ ‘ଇଣ୍ଡଷ୍ଟ୍ରି ଆଣ୍ଡ ଏକାଡେମିଆ କନେକ୍ଟ: ରିସର୍ଚ୍ଚ, ପ୍ଲେସମେଣ୍ଟ ଓ କ୍ୟାମ୍ପସ ଡେଭଲପ୍‌ମେଣ୍ଟ’ ଉପ‌‌ରେ ଆଲୋଚନା ହେବ। ସନ୍ଧ୍ୟାରେ ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ହେବ।


୨୫ତାରିଖ ସକାଳେ ଅଭିଭାବକମାନେ ବିଭିନ୍ନ ବିଭାଗ ବୁଲିବେ। ପୂର୍ବାହ୍ନରେ ଅଭିଭାବକ, ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କ ସମ୍ମିଳନୀ ହେବ। ଆରପିସି କୃଷି ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ପ୍ରଫୁଲ୍ଲ ମିଶ୍ରଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ସମ୍ମିଳନୀରେ ଚନ୍ଦ୍ରଭାନୁ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଅପରାହ୍ନରେ ସେମାନେ ବିଭିନ୍ନ ହଷ୍ଟେଲ ଓ କ୍ୟାମ୍ପସ ବୁଲିବାର କାର୍ଯ୍ୟକ୍ରମ ରହିଛି। ୨୬ରେ ଛାତ୍ରଛାତ୍ରୀଙ୍କ ଉତ୍ସବ କରାଯିବ। ବିଭିନ୍ନ ବିଭାଗରେ ଆଲୋଚନାଚକ୍ର, ବକ୍ତୃତା, କୁଇଜ୍‌, କ୍ୟାମ୍ପସ ସଫେଇ, ସାମାଜିକ ଦାୟିତ୍ୱବୋଧତା ଉପରେ କାର୍ଯ୍ୟକ୍ରମ ହେବ। ସନ୍ଧ୍ୟାରେ ମୁଖ୍ୟ ପେଣ୍ଡାଲ୍‌ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୨୭ ତାରିଖରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଭାତ ଫେରି, ବୃକ୍ଷରୋପଣ, ରକ୍ତଦାନ ଶିବିର ଆଦି କରାଯିବ। ପୂର୍ବାହ୍ନରେ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ତଥା ଉଦଯାପନୀ ଉତ୍ସବରେ ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍‌ ଯୋଗଦେବେ। ଏହି ଅବସରରେ ଆନ୍ତର୍ଜାତୀୟ କାର୍ଯ୍ୟଳୟର ୱେବସାଇଟ୍‌ ଓ ରୁରାଲ ଟେକ୍ନୋଲୋଜି ପାର୍କର ଉଦଘାଟନ କରାଯିବ ବୋଲି ସ୍ଥିର ହୋଇଛି।



from Kanak News https://ift.tt/2KGNns0 https://ift.tt/2KGNnZ2
୨୪ ଘଣ୍ଟାର ଅପେକ୍ଷା… ରାତି ପାହିଲେ ପ୍ଲାଟିନମ୍ ଜୁବୁଲି । ସଜେଇ ହୋଇଛି ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ Kanak News ୨୪ ଘଣ୍ଟାର ଅପେକ୍ଷା… ରାତି ପାହିଲେ ପ୍ଲାଟିନମ୍ ଜୁବୁଲି । ସଜେଇ ହୋଇଛି ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ Kanak News Reviewed by SUBHENDU BARAL on November 21, 2019 Rating: 5

No comments:

Powered by Blogger.