ଓଲିଉଡର ଗର୍ବ ବଢାଇଲା କର୍ମସିଆଲ ବାୟୋପିକ ଫିଲ୍ମ ‘ଛବିରାଣୀ’: ଆଜି ଆମେରିକାର ବୋଷ୍ଟନରେ ରିଲିଜ ହେବ ‘ଛବିରାଣୀ’ Kanak News

କନକ ବ୍ୟୁରୋ: ଓଲିଉଡର ଗର୍ବ ବଢାଇଲା କର୍ମସିଆଲ ବାୟୋପିକ ଫିଲ୍ମ ‘ଛବିରାଣୀ’ । ୮୦ ଦଶକର ସତ୍ୟ କାହାଣୀକୁ ନେଇ ନିର୍ମିତ ଏହି ଛବିରାଣୀ ପ୍ରଥମ ଓଡିଆ ସିନେମା ଭାବେ ବିଦେଶରେ ରିଲିଜ ହେବାକୁ ଯାଉଛି । ଆଜି ଆମେରିକାର ବୋଷ୍ଟନରେ ରିଲିଜ ହେବ ‘ଛବିରାଣୀ’ । ‘ଓଡିଶା ସୋସାଆଇଟି ଅଫ ନ୍ୟୁ ଇଂଲଣ୍ଡ’ ପକ୍ଷରୁ ଏହି ନିଆରା ପ୍ରୟାସ କରାଯାଇଛି । ଯାହାକି ଓଡିଆ ଫିଲ୍ମ ପାଇଁ ନୂଆ ପଥ ଖୋଲିବା ସହ ନୂଆ ଇତିହାସ ହେବ ।

ବୋଷ୍ଟନ ରିଲିଜ ପରେ ଅନ୍ୟ ୫ଟି ସ୍ଥାନରେ ଫିଲ୍ମର ରିଲିଜ ଯୋଜନା ରଖାଯାଇଛି । ଏନେଇ କଟକରେ ଏକ ସାମ୍ବାଦିକ ସମ୍ମିଳନୀରେ ଚଳଚ୍ଚିତ୍ରର ନିର୍ଦେଶକ ବବି ଇସଲାମ ଏନେଇ ସୂଚନା ଦେଇଛନ୍ତିି । ନିର୍ଦ୍ଦେଶକ ବବି ଇସଲାମ କହିଛନ୍ତି ଆମେରିକା ବହୁ ଓଡିଆ ରହୁଛନ୍ତି । ଏବେ ସେମାନେ ଏହି ବାସ୍ତବଧର୍ମୀ ସିନେମା ଦେଖିବା ପାଇଁ ସୁଯୋଗ ପାଇବେ ବୋଲି ସେ କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦଙ୍କ ସହ କଳାକାରମାନେ ମଧ୍ୟ ଉପସ୍ଥିତ ଥିଲେ ।



from Kanak News https://ift.tt/349p5ym https://ift.tt/2rgomgg
ଓଲିଉଡର ଗର୍ବ ବଢାଇଲା କର୍ମସିଆଲ ବାୟୋପିକ ଫିଲ୍ମ ‘ଛବିରାଣୀ’: ଆଜି ଆମେରିକାର ବୋଷ୍ଟନରେ ରିଲିଜ ହେବ ‘ଛବିରାଣୀ’ Kanak News ଓଲିଉଡର ଗର୍ବ ବଢାଇଲା କର୍ମସିଆଲ ବାୟୋପିକ ଫିଲ୍ମ ‘ଛବିରାଣୀ’: ଆଜି ଆମେରିକାର ବୋଷ୍ଟନରେ ରିଲିଜ ହେବ ‘ଛବିରାଣୀ’ Kanak News Reviewed by SUBHENDU BARAL on November 22, 2019 Rating: 5

No comments:

Powered by Blogger.