ଆଶୀର୍ବାଦ ଅଟାକୁ କ୍ଲିନଚିଟ୍ । ଆଶୀର୍ବାଦ ଅଟା ବିରୋଧରେ ମିଥ୍ୟା ଖବର ନ ଛାପିବାକୁ କୋର୍ଟଙ୍କ ନିର୍ଦ୍ଦେଶ, ଅଟା ସମ୍ପର୍କିତ ସମସ୍ତ ମିଥ୍ୟା ଖବର ଓ ଭିଡିଓ ଉପରେ ଲଗାଇଲେ ରୋକ୍ । Kanak News
କନକ ବ୍ୟୁରୋ : ଆଇଟିସିର ଅଗ୍ରଣୀ ଅଟା ବ୍ରାଣ୍ଡ୍ ଆଶୀର୍ବାଦ ଅଟା ବିରୋଧରେ କୌଣସି ପ୍ରକାର ମିଥ୍ୟା ଖବର ନଛାପିବାକୁ ବେଙ୍ଗାଲୁରୁ କୋର୍ଟ ସାମାଜିକ ଗଣମାଧ୍ୟମକୁ ନିର୍ଦେଶ ଦେଇଛନ୍ତି। ଏହି ଅଟା ସମ୍ପର୍କିତ ସବୁ ପ୍ରକାର ଲେଖା ଓ ଭିଡିଓ ଆଦିର ପ୍ରକାଶନ, ପ୍ରସାରଣ ଏବଂ ଯୋଗାଯୋଗ ଉପରେ କୋର୍ଟ ସମ୍ପୂର୍ଣ୍ଣ ରୋକ ଲଗାଇଛନ୍ତି।
ଆଶୀର୍ବାଦ ଅଟାରେ ପ୍ଲାଷ୍ଟିକ୍ ଥିବା ଦାବି କରି କିଛି ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ କମ୍ପାନି ପକ୍ଷରୁ ଏହି ଖବରର ପ୍ରସାରଣ ରୋକିବାକୁ କୋର୍ଟରେ ଆବେଦନ କରାଯାଇଥିଲା। କୋର୍ଟ କଂପାନି ସପକ୍ଷରେ ରାୟ ଦେଇଛନ୍ତି। ଭିଡିଓରେ ଅଭିଯୋଗ କରାଯାଇଛି ଯେ ଅଟାରେ ପ୍ଲାଷ୍ଟିକ୍ ବ୍ୟବହାର କରାଯାଇଛି। ଏପରିକି ଏହାକୁ ଚକୁଟିଥିଲେ ମଧ୍ୟ ଏହା ପାଣିରେ ମିଳାଇ ନଥିଲା । ତେବେ ଏହାକୁ ସ୍ପଷ୍ଟ କରିବାକୁ ଯାଇ କମ୍ପାନି ତରଫରୁ ଏକ ପ୍ରେସ୍ ବିବୃତ୍ତି ଜାରି କରି କୁହାଯାଇଛି ଯେ, ଅଟାରେ ଯାହାକୁ ପ୍ଲାଷ୍ଟିକ୍ ବୋଲି କୁହାଯାଉଛି ତାହା ହେଉଛି ପ୍ରକୃତରେ ଗ୍ଲୁଟେନ୍ ନାମକ ଏକ ଉପାଦାନ। ଅଟାରେ ତାହାକୁ ବ୍ୟବହାର କରିବା ଲାଗି ଖାଦ୍ୟ ସୁରକ୍ଷା ଓ ନିୟାମକ ନିୟମ, ୨୦୦୬ ଆଧରରେ ଏଫଏସଏସ୍ଏଆଇ ତରଫରୁ ଅନୁମତି ଦିଆଯାଇଛି। ଏହି ନିୟମ ଅନୁସାରେ ଅଟାରେ ୬% ହ୍ବିଟ୍ ପ୍ରୋଟିନ୍ ରହିବା ଜରୁରୀ। ମୁମ୍ବାଇରେ ଏନଏବିଏଲ୍ ସ୍ୱୀକୃତି ହାସଲ କରିଥିବା ଏକ ଲାବୋରେଟୋରିରେ ମଧ୍ୟ ଆଶୀର୍ବାଦ ଅଟାର ପରୀକ୍ଷା କରାଯାଇଥିଲା ଏବଂ ସେଠାରୁ ମଧ୍ୟ ସକାରାତ୍ମକ ରିପୋର୍ଟ ମିଳିଥିଲା।
ଆଶୀର୍ବାଦ ଅଟା ସମ୍ପର୍କିତ ମିଥ୍ୟା ଖବରକୁ ନେଇ କଂପାନି ତରଫରୁ ପ୍ରଥମେ କୋଲକାତା ପୁଲିସ ପାଖରେ ଅଭିଯୋଗ କରାଯାଇଥିଲା। ଏହା ପରେ ବେଙ୍ଗାଲୁରୁର ସେସନ ଜଜଙ୍କ କୋର୍ଟରେ ଏକ ମାମଲା ଦାୟର କରାଯାଇଥିଲା। ୨୦୧୭ ଡିସେମ୍ବର ୧୬ରେ କୋର୍ଟ ତରଫରୁ କଂପାନି ସପକ୍ଷରେ ରାୟ ଦିଆଯାଇଥିଲା। ଆଶୀର୍ବାଦ ଅଟାକୁ ନେଇ ଗୁଗୁଲ୍, ୟୁଟ୍ୟୁବ୍, ଫେସବୁକ୍, ଟ୍ୱିଟର୍, ପ୍ରକାଶନୀ ସଂସ୍ଥା, ପ୍ରସାରଣ ସଂସ୍ଥା ଏବଂ ଅନ୍ୟ ଯେକୌଣସି ପ୍ରକାର ପ୍ଲାଟଫର୍ମରେ ଖବର, ଲେଖା କିମ୍ବା ଭିଡିଓ ରହିଛି ତାହା ହଟାଇ ନେବାକୁ କୋର୍ଟ ନିର୍ଦେଶ ଦେଇଥିଲେ।
from Kanak News https://ift.tt/333MuAr https://ift.tt/2LMMKxM
No comments: