ବିଜେପୁର: ପାଖେଇ ଆସୁଛି ବିଜେପୁର ଉପନିର୍ବାଚନ। ପ୍ରଚାର ମଧ୍ୟ ଜୋର ଧରିଲାଣି। ଏଥିପାଇଁ ପାର୍ବଣ ବି ଏକପ୍ରକାର ମାହୋଲ ଯୋଗାଇ ଦେଇଛି। ତେଣୁ ପାର୍ବଣରେ ବିଜେପୁର ନିର୍ବାଚନ ପ୍ରଚାର ଏକଦମ୍ ଜମୁଛି । ତିନି ପ୍ରମୁଖ ଦଳର ପ୍ରାର୍ଥୀ ପୂଜା ମଣ୍ଡପ ବୁଲି ମାଆଙ୍କ ଆଶୀର୍ବାଦ ନେବା ସହ ନିଜ ସପକ୍ଷରେ ସମର୍ଥନ ଯୋଗାଡ଼ କରିବାରେ ଲାଗିଛନ୍ତି।
ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ଗାଈସିଲେଟ୍ ବ୍ଲକର ବିଭିନ୍ନ ସ୍ଥାନରେ ହୋଇଥିବା ପୂଜାମଣ୍ଡପ ବୁଲି ମାଆଙ୍କ ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ଭିକ୍ଷା କରୁଛନ୍ତି। ଏଥିସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ନିଜ ସପକ୍ଷରେ ସମର୍ଥନ ଗୋଟାଉଛନ୍ତି।
ଅନ୍ୟପଟେ ବିଜେଡି ପ୍ରାର୍ଥୀ ରୀତା ସାହୁ ବରପାଲିର ବିଭିନ୍ନ ଦୁର୍ଗାମଣ୍ଡପ ବୁଲି ପୂଜାର୍ଚ୍ଚନା କରିବା ସହ ନିଜର ପ୍ରଚାର ଚଳାଇଛନ୍ତି । ସାଥିରେ ଅଛନ୍ତି ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ। ସେ ମଧ୍ୟ ରୀତାଙ୍କ ସପକ୍ଷରେ ପ୍ରଚାର କରୁଛନ୍ତି।
କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ କୁମାର ପଣ୍ଡା ମଧ୍ୟ ଆପଣେଇଛନ୍ତି ସେହି ଏକା ଫଣ୍ଡା । ସେ ବିଜେପୁରର ବିଭିନ୍ନ ପୂଜାମଣ୍ଡପ ବୁଲିବା ସହ ମାଆଙ୍କ ନିକଟରେ ଉପନିର୍ବାଚନରେ ବିଜୟୀ ହେବାକୁ ଆଶୀର୍ବାଦ କାମନା କରିଛନ୍ତି।
from OTV Khabar. https://ift.tt/2Im8H4P
No comments: