୧୫ ଘଣ୍ଟା ପରେ ଅନଶନ ଭାଙ୍ଗିଲେ ବିଧାୟକ OTV KHABAR BUREAU

ନୀଳଗିରି: ଦୀର୍ଘ ୧୫ ଘଣ୍ଟା ପରେ ଅନଶନ ଭାଙ୍ଗିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ। ଗତକାଲି ରାତି ୧୧ଟା ୩୦ରେ ବାଲେଶ୍ୱର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ତହସିଲ ଅଫିସର ପରିସରରେ ଅନଶନରେ ବସିଥିବା ବିଧାୟକଙ୍କୁ ଭେଟି ତାଙ୍କ ସହ ଆଲୋଚନା କରିଥିଲେ। ଏହାପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ବିଧାୟକଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଜିଲ୍ଲାପାଳ।  ଏହାସହ ବିଧାୟକଙ୍କୁ ଜୁସ୍ ପିଆଇ ତାଙ୍କର ଅନଶନ ଭାଙ୍ଗିଥିଲେ ଜିଲ୍ଲାପାଳ।

ସୂଚନାଥାଉ କି, ଗତକାଲି  ବାଲେଶ୍ୱର ଜିଲ୍ଲା ନୀଳଗିରି ତହସିଲ ଅଫିସ ପରିସରରେ ଥିବା ମୋହରିରଙ୍କ ଚାଳିଆ ଉଚ୍ଛେଦ ଘଟଣାକୁ ନେଇ ବିଧାୟକ ଓ ତହସିଲଦାର ସୁଶ୍ରିତା ଟୁଡୁଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଧୀରେ ଧୀରେ ଏହି ବିବାଦ ଉଗ୍ର ରୂପ ଧାରଣ କରିଥିଲା।

ତହସିଲଦାର ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆଣି ଘଟଣାର ସମାଧାନ ନ ହେବା ପର୍ଯ୍ୟନ୍ତ ବିଧାୟକ ସୁକାନ୍ତ ନାୟକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଥିଲେ। ସେପଟେ ଏହି ଘଟଣାକୁ ନେଇ ବିଧାୟକଙ୍କ ସମର୍ଥକ ତହସିଲଦାରଙ୍କୁ ତାଙ୍କ କାର୍ଯ୍ୟାଳୟରେ ତାଲା ମଧ୍ୟ ପକାଇ ଦେଇଥିଲେ।

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ସୁଶ୍ରୀତା କହିଛନ୍ତି, ବିଧାୟକ ପ୍ରଥମେ ତାଙ୍କ ସହିତ ଦୁର୍ବ୍ୟବହାର କରିଥିଲେ। ଆଙ୍ଗୁଠି ଦେଖାଇ ତାଙ୍କ ସହିତ ଅଶାଳୀନ ଭାଷାରେ କଥାବାର୍ତ୍ତା ଆରମ୍ଭ କରିଥିଲେ। ଏପରି ବ୍ୟବହାର ଯୋଗୁ ଜଣେ ମହିଳା ହିସାବରେ ସେ ବିଧାୟକ ଓ ତାଙ୍କ ସାଥୀଙ୍କ ଦ୍ୱାରା ଅପମାନିତ ହୋଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ଏପଟେ ତହସିଲ୍‌ଦାରଙ୍କ ଅଭିଯୋଗକୁ ବିଧାୟକ ଖଣ୍ଡନ କରିଛନ୍ତି। ତହସିଲଦାର ଏକଛତ୍ରବାଦ ଶାସନ କରିବା ସହ ବିନା ଆଲୋଚନାରେ ଭୋର୍‌ରୁ ଆସି ଉଚ୍ଛେଦ ପ୍ରକ୍ରିୟା କାହିଁକି କଲେ ବୋଲି ବିଧାୟକ ପ୍ରଶ୍ନ କରିଥିଲେ।

ନୀଳଗିରି ଥାନାରେ ଉଭୟ ପକ୍ଷରୁ ମଧ୍ୟ ଏତଲା ଦାୟର ହୋଇଥିଲା।


from OTV Khabar. https://ift.tt/2Vdlg7E
୧୫ ଘଣ୍ଟା ପରେ ଅନଶନ ଭାଙ୍ଗିଲେ ବିଧାୟକ OTV KHABAR BUREAU ୧୫ ଘଣ୍ଟା ପରେ ଅନଶନ ଭାଙ୍ଗିଲେ ବିଧାୟକ OTV KHABAR BUREAU Reviewed by SUBHENDU BARAL on October 04, 2019 Rating: 5

No comments:

Powered by Blogger.