କନକ ବ୍ୟୁରୋ : ସୁଙ୍କି ଘାଟିରେ ରାସ୍ତା ଜାମ । ଘାଟିର ପାହାଡରୁ ମାଟି ଅତଡା ଧସିବା ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଏହି ରାସ୍ତା ଦେଇ ଆନ୍ଧ୍ରକୁ ଯାଉଥିବା ଶହ ଶହ ଗାଡି ଉଭୟ ପାର୍ଶ୍ୱରେ ଅଟକି ରହିଛି । କଟକ, ଭୁବନେଶ୍ୱର ଓ ବ୍ରହ୍ମପୁରକୁ ଯାଉଥିବା ଗାଡି ବି ଅଟକି ରହିଛି । ସୁଙ୍କି ଘାଟିର ସାଲୁର ନିକଟରେ ମାଟି ଅତଡା ଧସିବା ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ସୁଙ୍କି ଘାଟି ଆନ୍ଧ୍ର-ଓଡିଶା ସୀମାରେ ରହିଛି ।
ସୂଚନାଯୋଗ୍ୟ ଗତକାଲି ସନ୍ଧ୍ୟା ପ୍ରାୟ ୬ଟା ବେଳେ ପାହାଡ଼ରୁ ମାଟି ଅଜାଡ଼ି ହୋଇ ପଡ଼ିବା ସମୟରେ ଘାଟି ଅତିକ୍ରମ କରୁଥିବା ଗୋଟାଏ ବସ୍ ଏବଂ ଅନ୍ୟ ଗୋଟାଏ ଟ୍ରକ୍ ମାଟିରେ ଦବି ରହିଯାଇଛନ୍ତି । ଗନ୍ତବ୍ୟସ୍ଥଳକୁ ଯାଇ ନ ପାରି ହନ୍ତସନ୍ତ ହେଉଥିବା ଯାତ୍ରୀମାନେ ନିଜ ମଧ୍ୟରେ ଚାନ୍ଦା ଆଦାୟ କରି ସ୍ଥାନୀୟ ଅଞ୍ଚଳରୁ ଶ୍ରମିକ ଆଣି ରାସ୍ତାରୁ ଅବରୋଧ ହଟାଇବା କାର୍ୟ୍ୟରେ ଲଗାଇଛନ୍ତି । ଘାଟି ସଫେଇ ପାଇଁ ସ୍ଥାନୀୟ ପ୍ରଶାସନ ତରଫରୁ ଏ ଯାଏଁ କୌଣସି ଉଦ୍ୟମ ଆରମ୍ଭ ହୋଇ ନ ଥିବା ଜଣାପଡ଼ିଛି।
from Kanak News https://ift.tt/2ptq4db https://ift.tt/2pt6XQw
No comments: