ଅଳ୍ପକେ ବର୍ତ୍ତିଗଲେ ବିଜେପି ସାଂସଦ ରାମକ୍ରିପାଲ ଯାଦବ : ବନ୍ୟା ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ କରିବାକୁ ଯାଇ ଡଙ୍ଗାରେ ବୁଲୁଥିବାବେଳେ ପାଣିରେ ବୁଡିଗଲେ, ଉଦ୍ଧାର କଲେ ଲୋକେ Kanak News

କନକ ବ୍ୟୁରୋ : ବିହାରରେ ବନ୍ୟା ସ୍ଥିତି ସଙ୍ଗୀନ । ବନ୍ୟା ଯୋଗୁଁ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଲାଣି । ବିହାରରେ ବନ୍ୟା ସ୍ଥିତି କମୁନଥିବା ବେଳେ ସାମ୍ନାକୁ ଆସିଛି ଏକ ଅଭାବନୀୟ ଚିତ୍ର । ବନ୍ୟା ପୀଡିତଙ୍କ ସ୍ଥିତି ଦେଖିବାକୁ ଯିବା ବେଳେ ବୁଡିଗଲେ ବିଜେପି ସାଂସଦ । ପାଟଳିପୁତ୍ର ସାଂସଦ ରାମକ୍ରିପାଲ ଯାଦବଙ୍କ ସହିତ ଘଟିଛି ଏପରି ଅଭାବନୀୟ ଘଟଣା । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ବନ୍ୟା ପ୍ରଭାବିତ ନିଜ ସଂସଦୟୀ କ୍ଷେତ୍ର ଅନୁଧ୍ୟାନ ସମୟରେ ନବଦୀରେ ବୁଡ଼ିଗଲେ । ତେବେ ସୌଭାଗ୍ୟବଶତଃ ସେଠାରେ ଉପସ୍ଥିତ ଲୋକେ ତାଙ୍କୁ ତୁରନ୍ତ ନଦୀରୁ ଉଦ୍ଧାର କରିଥିଲେ ।
ବିହାରର ପାଟନା ନିକଟରେ ପୁନପୁନ୍ ଠାରେ ଦରଧା ନଦୀରେ ବୋଟ୍ ଜରିଆରେ ବିଜେପି ସାଂସଦ ରାମକ୍ରିପାଲ ଯାଦବ କିଛି ଲୋକଙ୍କୁ ସାଙ୍ଗରେ ନେଇ ବାହାରିଥିଲେ ବନ୍ୟା ପିଡୀତଙ୍କୁ ଭେଟିବାକୁ । ସାଂସଦଙ୍କ ଲୋକସଭା କ୍ଷେତ୍ର ପାଟଳିପୁତ୍ର ଅଧିନରେ ଯାଉଛି ଏହି ଅଂଚଳ । ସାଂସଦ ଯେମିତି କୂଳ ଛାଡିଛନ୍ତି କିଛି ମିଟର ଯିବା ପରେ ପରେ ଡଙ୍ଗାଟି ଭାରସାମ୍ୟ ହରାଇ ହଲିବାକୁ ଲାଗିଥିଲା । କିଛି ଦୂର ଯିବା ପରେ ଅଚାନକ ଡଙ୍ଗା ଓଲଟି ପଡ଼ିଥିଲା । ଏହା ସହିତ ସାଂସଦ ମଧ୍ୟ ପାଣିରେ ବୁଡି ଯାଇଥିଲେ ।
ତେବେ ଡଙ୍ଗା ବୁଡ଼ିବା ଫଳରେ ବିଶେଷ କିଛି କ୍ଷତି ହୋଇନଥିଲେ ହେଁ ବିଜେପି ସାଂସଦ ସାମାନ୍ୟ ଆହତ ହୋଇଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା ।ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି । ଏହି ଘଟଣା ପରେ ପରେ ସ୍ଥାନୀୟ ଲୋକେ ବିଜେପି ସାଂସଦଙ୍କ ସମେତ ଅନ୍ୟ ସମସ୍ତଙ୍କୁ ଉଦ୍ଧାର କରିଥିଲେ ।
#WATCH Bihar: BJP MP Ram Kripal Yadav falls into the water after the makeshift boat he was in, capsized in Masaurhi, Patna district, during his visit to the flood affected areas yesterday. He was later rescued by the locals. (02.10.2019) pic.twitter.com/iwI4OdNGiH
— ANI (@ANI) October 3, 2019
from Kanak News https://ift.tt/2o21TSL https://ift.tt/2o21U9h
No comments: