କନକ ବ୍ୟୁରୋ: କେନ୍ଦ୍ରାପଡାରେ ଡବଲ ଏନକାଉଣ୍ଟର । ଦୁଇ ଜଣ ଦୁର୍ଦ୍ଦାନ୍ତ ଅପରାଧି ଅନନ୍ତ ପ୍ରସାଦ ଜେନା ଓ ପ୍ରଭାତ କୁମାର ନାୟକଙ୍କୁ ଏନକାଉଂଟର କରିଛି ପୁଲିସ । ମାର୍ଶାଘାଇ ଥାନା ଅଂଚଳର କଳାପୋଲ ନିକଟରେ ପୁଲିସ ଦୁଇ ଅପରାଧୀଙ୍କୁ ଏନକାଉଂଟର କରିଛି । ଏହି ଅପରାଧିମାନେ ଗତ ମାସରେ କେନ୍ଦ୍ରାପଡାର ଯୁବ ଔଷଧ ବ୍ୟବସାୟୀ ଗଗନ ସାହୁଙ୍କୁ ମାର୍ଶାଘାଇ ଥାନା ଅଂଚଳର ମାନ୍ତିରିଠାରେ ଗୁଳିକରି ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ଏହି ମାମଲାରେ ପୋଲିସ ପୁର୍ବରୁ ୯ ଜଣଙ୍କୁ ଗିରଫ କରିଥିବା ବଳେ ମୁଖ୍ୟ ଅଭିଯୁକ୍ତ ଭେଲୁ ଓରଫ ଅନନ୍ତ ପ୍ରସାଦ ଜେନା ଫେରାର ରହିଥିଲା ।
ତେବେ ଗତକାଲି ବିଳମ୍ବିତ ରାତିରେ ନିଜ ଘରକୁ ଫେରୁଥିବା ପୋଲିସ କୌଣସି ସୁତ୍ରରୁ ଖବର ପାଇ ପିଛା କରିଥିଲା । ମାର୍ଶାଘାଇ ଥାନା ଅଂଚଳରେ ଥିବା କଳାପୋଲ ନିକଟରେ ପୁଲିସ ପିଛା କରୁଥିବା ଜାଣି ଖସିବା ପାଇଁ ପ୍ରଥମେ ଗୁଳି ଚଳାଇଥିଲା । ପୁଲିସର ପାଲଟା ଆକ୍ରମଣରେ ଅନନ୍ତର ଦୁଇଟି ଗୋଡରେ ଦୁଇଟି ଗୁଳିବାଜିଥିବା ବେଳେ । ତାର ସହଯୋଗୀ ପ୍ରଭାତର ଗୋଡରେ ଗୋଟିଏ ଗୁଳିବାଜିଛି । ଅନନ୍ତ ନାମ ରେ ୨୦୧୨ ମସିହା ଠିକାଦାରଙ୍କୁ ଦାଦାବଟି ପାଇଁ ଗୁଳି କରିବା ମାମଲା ଓ ତାର ସହଯୋଗୀ ପ୍ରଭାତ ନାଁରେ ଏକାଧିକ ମାମଲା ଥିବା କଥା ପୋଲିସ ପକ୍ଷରୁ ସୁଚନା ଦିଆଯାଇଛି ।
from Kanak News https://ift.tt/333BV07 https://ift.tt/2nifp4p
No comments: