ଟାଙ୍ଗୀ ୪।୧୦: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ନଈରୀ ପଚାଂୟତର ସାନ-ନଈରୀ ଗାଁରେ ଅଭାବନୀୟ ଘଟଣା ଘଟିଛି । ସ୍ବାମୀ ଏବଂ ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ନଈରୀ ଗାଁର ସନା ସାହୁ ଓ ତାଙ୍କ ସ୍ତ୍ରୀ ଶିବାନୀ ସାହୁ ।
ଗତ ୩ ମାସ ତଳେ ଉଭୟ ପ୍ରେମ ବିବାହ କରିଥିଲେ । ସାନ-ନଈରୀ ଗାଁରେ ଦୁହେଁ ଭଡାରେ ରହୁଥିଲେ । ପାରିବାରିକ କଳହକୁ କେନ୍ଦ୍ରକରି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ବାଣପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
from Prameya News7 https://ift.tt/2LHqu8u
ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର, ୩ ମାସ ପୂର୍ବରୁ କରିଥିଲେ ପ୍ରେମ ବିବାହ
Reviewed by SUBHENDU BARAL
on
October 03, 2019
Rating:
No comments: