ଆଜି ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି : ବିଚାରପତି ଜଷ୍ଟିସ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଖଣ୍ଡପୀଠ ଗଠନ

ପୁରୀ ୩/୧୦: ଆଜି ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଗୁରୁତ୍ୱପୂର୍ଣ୍ଣ ଶୁଣାଣି । ତିନି ଜଣିଆ ଖଣ୍ଡପୀଠ ଏହି ଶୁଣାଣି କରିବେ । ସୁପ୍ରିମକୋର୍ଟ ବିଚାରପତି ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଶ୍ରୀମନ୍ଦିର ସଂସ୍କାର ମାମଲାକୁ ନେଇ ଗୁରୁତ୍ବପୂର୍ଣ୍ଣ ଶୁଣାଣି କରିବେ ।

ଆମିକସ୍ କ୍ୟୁରି ରଣଜିତ କୁମାରଙ୍କ ଶ୍ରୀମନ୍ଦିର ପରିଦର୍ଶନ ସଂପର୍କିତ ଏକ ନୋଟ୍  ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି । ଗତ ସେପ୍ଟେମ୍ବର ୧୭ ଶୁଣାଣିରେ ଆମିକସ କ୍ୟୁରି ରିପୋର୍ଟ ଦାଖଲ କରିବା ପାଇଁ ଦୁଇ ସପ୍ତାହ ସମୟ ଲୋଡ଼ିଥିଲେ । ଏହାପରେ ଆମିକସ କ୍ୟୁରି ଗତ ମାସ ୨୭ରେ ଏକ ନୋଟ୍  ଦାଖଲ କରିଛନ୍ତି ।

ଏହି ନୋଟ୍ ରେ ଆମିକସ କ୍ୟୁରି ତାଙ୍କ ସେପ୍ଟେମ୍ବର ୭ରେ ଶ୍ରୀମନ୍ଦିର ପରିଦର୍ଶନ ସମୟରେ ମେଘନାଦ ପ୍ରାଚୀର ଚାରିପଟୁ ୭୫ ମିଟର ପର୍ଯ୍ୟନ୍ତ ଉଚ୍ଛେଦ ପାଇଁ ସରକାରଙ୍କ ଦ୍ବାରା ଯେଉଁ ସବୁ ପଦକ୍ଷେପ ନିଆଯାଇଛି ସେ ସଂପର୍କରେ ଉଲ୍ଲେଖ କରିଛନ୍ତି ।



from Prameya News7 https://ift.tt/2oHxE3s
ଆଜି ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି : ବିଚାରପତି ଜଷ୍ଟିସ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଖଣ୍ଡପୀଠ ଗଠନ ଆଜି ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି : ବିଚାରପତି ଜଷ୍ଟିସ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଖଣ୍ଡପୀଠ ଗଠନ Reviewed by SUBHENDU BARAL on October 02, 2019 Rating: 5

No comments:

Powered by Blogger.