ହ୍ୟୁଷ୍ଟନ୍: ଭାରତ-ଆମେରିକା ବନ୍ଧୁତ୍ୱରେ ସବୁଠାରୁ ବଡ଼ କାର୍ଯ୍ୟକ୍ରମ କୁହାଯାଉଥିବା ‘ହାଓଡି ମୋଦି’ରେ ଓଡ଼ିଆ ଭାଷା ଓ ସଂସ୍କୃତିର ଝଲକ ଦେବାକୁ ମିଳିଛି।
ପ୍ରବାସୀ ଭାରତୀୟଙ୍କୁ ଉଦ୍ବୋଧନ ଦେବା ଅବସରରେ ଓଡ଼ିଆରେ ପଦେ କହିଥିଲେ। ‘ହାଓଡି ମୋଦି’ ଉତ୍ତରରେ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଆରେ କହିଥିଲେ , ଭାରତରେ ‘ସବୁ ଭଲ ଅଛି’। କେବଳ ଓଡ଼ିଆ ନୁହେଁ, ହିନ୍ଦୀ, ବଙ୍ଗାଳି, ଗୁଜରାଟୀ ସମେତ ବହୁ ଭାରତୀୟ ଭାଷାରେ ସମାନ କଥାକୁ ଦୋହରାଇଥିଲେ ମୋଦି।
ତେବେ ଏହି କାର୍ଯ୍ୟକ୍ରମରେ ସବୁଠାରୁ ବଡ଼ ଆକର୍ଷଣ ଥିଲା ଓଡ଼ିଶାର ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀ ନୃତ୍ୟ। ଭାରତନାଟ୍ୟମ୍ ଏବଂ ଅନ୍ୟ ଭାରତୀୟ ସହିତ ଏହି ନୃତ୍ୟ ମଧ୍ୟ ବିଶେଷ ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍ଥାନ ପାଇଥିଲା। ଭାରତୀୟ ମନ୍ଦିର ଏହି ନୃତ୍ୟଶିଳ୍ପୀମାନଙ୍କ ପ୍ରଚ୍ଛଦରେ ରହିଥିଲା। ନୃତ୍ୟଶିଳ୍ପୀଙ୍କ ଦ୍ୱାରା ପରିବେଷିତ ଓଡ଼ିଶୀ ନୃତ୍ୟ ଦେଖି ପ୍ରବାସୀ ଭାରତୀୟ ବିମୁଗ୍ଧ ହୋଇଥିଲେ। ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରାୟ ୪ଶହ କଳାକାର ଭାଗ ନେଇଥିଲେ।
from OTV Khabar. https://ift.tt/2Maa6MJ
ଆମେରିକାରେ ଓଡ଼ିଆ ଭାଷା ଓ ସଂସ୍କୃତିର ଝଲକ: ମୋଦି କହିଲେ, ସବୁ ଭଲ ଅଛି Rajalaxmi Sahoo
Reviewed by SUBHENDU BARAL
on
September 22, 2019
Rating:
No comments: