ଚନ୍ଦ୍ରଯାନ-୨: ଚନ୍ଦ୍ରପୃଷ୍ଠରୁ ୨.୧ କି.ମି.ରେ ଲାଣ୍ଡର ବିକ୍ରମ ସହ ସମ୍ପର୍କ ଚ୍ଛିନ୍ନ ହୋଇନଥିଲା, ବରଂ… OTV KHABAR BUREAU

ନୂଆଦିଲ୍ଲୀ: ମିଶନ୍‌ ଚନ୍ଦ୍ରଯାନ-୨ର ଲାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରୁ ୨.୧ କିଲୋମିଟର ଦୂରରେ ଥିବାବେଳେ  ସମ୍ପର୍କ ଛିନ୍ନ ହୋଇ ନ ଥିଲା। ବରଂ ଏହା ଚନ୍ଦ୍ରପୃଷ୍ଠର ଅତି ନିକଟରେ ପହଞ୍ଚି ଯାଇଥିଲା। ଲାଣ୍ଡର ବିକ୍ରମକୁ ନେଇ ଏଭଳି କିଛି ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ କେ.ଶିବନ୍‌।

ସେ କହିଛନ୍ତି, ‘ଲାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠର ୩୦୦ ମିଟର ଦୂରରେ ପହଞ୍ଚି ଯାଇଥିଲା। ଏପରିକି ଲ୍ୟାଣ୍ଡିଙ୍ଗ୍‌ ସମୟରେ କୁହାଯାଉଥିବା ସବୁଠାରୁ ମୁଖ୍ୟ ଓ ଜଟିଳ ସ୍ତର ମଧ୍ୟ ଏହା ଅତିକ୍ରମ କରି ଦେଇଥିଲା। ଯେତେବେଳେ ଆମେ ମିଶନର ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଥିଲୁ, ସେତେବେଳେ ବିକ୍ରମ ସହ ସମ୍ପର୍କ ଚ୍ଛିନ୍ନ ହୋଇଥିଲା। ଏହାପରେ ଲାଣ୍ଡର ବିକ୍ରମ୍‌ ସହ କ’ଣ ହେଲା, ସେନେଇ ଆମର ଏକ କମିଟି ଏହାକୁ ତଦନ୍ତ କରୁଛି’।

ସେ ଆହୁରି ମଧ୍ୟ କହିଥିଲେ, ‘ମିଶନ ଚନ୍ଦ୍ରଯାନ-୨ ଏହାର ୯୮ ପ୍ରତିଶତ ଲକ୍ଷ୍ୟ ହାସଲ କରିଛି।’

ସୂଚନାଥାଉ କି, ପୂର୍ବରୁ କୁହାଯାଉଥିଲା କି ଚନ୍ଦ୍ରପୃଷ୍ଠଠାରୁ ମାତ୍ର ୨.୧ କିଲୋମିଟର ଦୂରରେ ଥିବାବେଳେ ସାମାନ୍ୟ ତ୍ରୁଟି ଯୋଗୁ ଲାଣ୍ଡର ବିକ୍ରମ ସହ ସମ୍ପର୍କ ଛିନ୍ନ ହୋଇଥିଲା। ବିକ୍ରମ ସହ ଯୋଗାଯୋଗ କରିବା ପାଇଁ ଖାଲି ଇସ୍ରୋ ନୁହେଁ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ମଧ୍ୟ ବହୁ ପ୍ରଚେଷ୍ଟା କରିଥିଲା। ହେଲେ ଏଥିରେ ସଫଳତା ମିଳି ନ ଥିଲା।

୨୦୨୦ ଡିସେମ୍ବରରେ ପ୍ରଥମ ଅନ୍‌ମ୍ୟାନ୍‌ଡ୍‌ ମିଶନ ଏବଂ ୨୦୨୧ ଡିସେମ୍ବରରେ ପ୍ରଥମ ମ୍ୟାନ୍‌ଡ୍‌ ମିଶନ କରି ଇତିହାସ ରଚିବ ଭାରତ। ଆଇଆଇଟି ଭୁବନେଶ୍ୱରର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବା ଅବସରରେ ଇସ୍ରୋ ଅଧ୍ୟକ୍ଷ ଏହା କହିଥିଲେ।



from OTV Khabar. https://ift.tt/2maOO8W
ଚନ୍ଦ୍ରଯାନ-୨: ଚନ୍ଦ୍ରପୃଷ୍ଠରୁ ୨.୧ କି.ମି.ରେ ଲାଣ୍ଡର ବିକ୍ରମ ସହ ସମ୍ପର୍କ ଚ୍ଛିନ୍ନ ହୋଇନଥିଲା, ବରଂ… OTV KHABAR BUREAU ଚନ୍ଦ୍ରଯାନ-୨: ଚନ୍ଦ୍ରପୃଷ୍ଠରୁ ୨.୧ କି.ମି.ରେ ଲାଣ୍ଡର ବିକ୍ରମ ସହ ସମ୍ପର୍କ ଚ୍ଛିନ୍ନ ହୋଇନଥିଲା, ବରଂ… OTV KHABAR BUREAU Reviewed by SUBHENDU BARAL on September 26, 2019 Rating: 5

No comments:

Powered by Blogger.