ମାଡ଼ି ଆସୁଛି ବାତ୍ୟା ‘ହିକ୍କା’ OTV KHABAR BUREAU

ନୂଆଦିଲ୍ଲୀ: ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ହିକ୍କା’ ଆସନ୍ତା ୨୫ ତାରିଖ ସକାଳ ସୁଦ୍ଧା ଓମାନ ଉପକୂଳରେ ଲ୍ୟାଣ୍ଡଫଲ୍‌ କରିବ। ଏହାଦ୍ୱାରା ଓମାନ ଓ ଏହାର ଆଖପାଖ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ସୂଚନା ଅନୁସାରେ, ଆରବ ସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଥିଲା। ଗତକାଲି ଭାରତୀୟ ସମୟ ସନ୍ଧ୍ୟା ୫.୩୦ରେ ଏହା ବାତ୍ୟା ‘ହିକ୍କା’ରେ ପରିଣତ ହୋଇଛି।

ସେପ୍ଟେମ୍ବର ୨୫ ସୁଦ୍ଧା ଓମାନ ଉପକୂଳରେ ଲ୍ୟାଣ୍ଡଫଲ କରିବାର ଆଶଙ୍କା ରହିଛି। ଯଦିଓ ଏହାର ସିଧାସଳଖ ପ୍ରଭାବ ଭାରତ ଉପରେ ପଡ଼ିବ ନାହିଁ। ତଥାପି ସୌରାଷ୍ଟ୍ର ଓ କଚ୍ଛର ଉପକୂଳବର୍ତ୍ତୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାସହ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।ଏନେଇ ପୂର୍ବ-କେନ୍ଦ୍ରୀୟ ଓ ଉତ୍ତର-ପୂର୍ବ ଆରବ ସାଗର ମଧ୍ୟକୁ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ସେପ୍ଟେମ୍ବର ୨୩ରୁ ୨୫ ତାରିଖ ଯାଏ ଆରବ ସାଗର ଅଶାନ୍ତ ରହିବ ବୋଲି ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।



from OTV Khabar. https://ift.tt/2mgb1C7
ମାଡ଼ି ଆସୁଛି ବାତ୍ୟା ‘ହିକ୍କା’ OTV KHABAR BUREAU ମାଡ଼ି ଆସୁଛି ବାତ୍ୟା ‘ହିକ୍କା’ OTV KHABAR BUREAU Reviewed by SUBHENDU BARAL on September 23, 2019 Rating: 5

No comments:

Powered by Blogger.