ନିଜ ଦେଶର ଖବର କାଗଜ ହିଁ ମଜାକ୍ ଉଡାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ । ମୋଦି-ଟ୍ରମ୍ପ ରିକ୍ସାରେ ବସିଛନ୍ତି, ଆଉ ଇମ୍ରାନ ଖାନ ରିକ୍ସା ଟାଣୁଥିବାର କଲେ କାର୍ଟୁନ Kanak News

କନକ ବ୍ୟୁରୋ : ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନକୁ ନିଜ ଦେଶରେ ବି ମିଳୁନାହିଁ ସମ୍ନାନ । କେତେବେଳେ ଯେ, କିଏ ତାଂକର ମଜାକ୍ ଉଡାଉଛି ତାହା କିଛି ଠିକ ନାହିଁ । ତେବେ ବର୍ତମାନ ସମୟରେ ଯେପରି ଭାବରେ ତାଙ୍କର ମଜାକ୍ ଉଡାଯାଇଛି ତାହାକୁ ନେଇ ନିଜ ଦେଶ ପାକିସ୍ତାନରେ ମଧ୍ୟ ବେଶ ସରଗରମ ଚର୍ଚ୍ଚା ହେଉଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, କାଶ୍ମୀର ଘଟଣାରେ ଜାତିସଂଘରେ ମଧ୍ୟସ୍ଥତା କରିବାର ବୃଥା ଉଦ୍ୟମକୁ ନେଇ କଟାକ୍ଷ କରାଯାଇଛି ଇମ୍ରାନଙ୍କୁ । ଏହି ବିବାଦୀୟ ବ୍ୟଙ୍ଗଚିତ୍ରରେ ଦେଖାଯାଉଛି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବସିଥିବା ଗୋଟାଏ ରିକ୍ସା ଗାଡ଼ିକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ଟାଣୁଛନ୍ତି। ଗାଡ଼ିଚଢ଼ାରେ ବେଶ ଖୁସି ହୋଇ ଉଭୟ ଟ୍ରମ୍ପ୍ ଓ ମୋଦୀ ହସୁଥିବା ବେଳେ ପାକିସ୍ତାନର ପ୍ରଧାନମନ୍ତ୍ରୀ କଶ୍ମୀର ମଧ୍ୟସ୍ଥତା ପ୍ରସଙ୍ଗ ଭାବୁଛନ୍ତି।

from Kanak News https://ift.tt/2n87ING https://ift.tt/2n1Fnc6
No comments: