୫ ବର୍ଷ ପର୍ଯ୍ୟନ୍ତ ଜଗା-ବଳିଆଙ୍କର ହେବ ନାହିଁ କୌଣସି ଅସ୍ତ୍ରୋପଚାର ! ଜଗାକୁ କେବଳ ସ୍ୱତନ୍ତ୍ର ସ୍କୁଲରେ ପଢାଇବା ଲାଗି ଏମ୍ସ କର୍ତୃପକ୍ଷଙ୍କ ଚିଠି Kanak News

କନକ ବ୍ୟୁରୋ : ୫ବର୍ଷ ପର୍ଯ୍ୟନ୍ତ ଜଗା-ବଳିଆଙ୍କ ଶରୀରରେ କୌଣସି ଅସ୍ତ୍ରୋପଚାର କରାଯାଇପାରିବ ନାହିଁ। ଜଗାକୁ ସ୍କୁଲ୍ ପଠାଇବା ପାଇଁ କୁହାଯାଇନି ବରଂ ସ୍ବତନ୍ତ୍ର ସ୍କୁଲରେ ପାଠ ପଢାଇବା ପାଇଁ କହିଛୁ ବୋଲି ନୂଆଦିଲ୍ଲୀ ସ୍ଥିତ ଏମ୍ସ ପକ୍ଷରୁ ଏସସିବି କର୍ତ୍ତୃପକ୍ଷଙ୍କୁ ଚିଠି ଆସିଛି। ଏସସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ସିବିକେ ମହାନ୍ତି ଏ ସଂପର୍କରେ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ, ଜଗାର ସ୍କୁଲ ଯିବା ନେଇ ରାଜ୍ୟ ଭିନ୍ନକ୍ଷମ କମିସନର ଏକ ଟିମ୍ ଗଠନ ସହ ସେ ସ୍କୁଲ ଯିବାକୁ କେତେ ଫିଟ୍, ସେ ସଂପର୍କରେ ଏକ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଟିମ୍ ଏହାର ଅନୁଧ୍ୟାନ କରି ତା’ର ରିପୋର୍ଟ ଏସସିବି ଅଧୀକ୍ଷକଙ୍କୁ ଦେବା ପରେ ଏହି ରିପୋର୍ଟ ସାମାଜିକ ସୁରକ୍ଷା ବିଭାଗ ତଥା ଭିନ୍ନକ୍ଷମ କମିସନରଙ୍କ ପାଖକୁ ପଠାଇ ଦିଆଯାଇଛି।

from Kanak News https://ift.tt/2mEpjg0 https://ift.tt/309dZqe
No comments: