ମିଳିତ ଜାତିସଂଘର ସାଧାରଣ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ । କହିଲେ, ଭାରତ ସେହି ଦେଶ ଯିଏ ଯୁଦ୍ଧ ନୁହେଁ ବିଶ୍ୱକୁ ଦେଇଛି ବୁଦ୍ଧ : ପ୍ଲାଷ୍ଟିକ ମୁକ୍ତ ପାଇଁ ଚାଲିଛି ଅଭିଯାନ Kanak News

କନକ ବ୍ୟୁରୋ : ମିଳିତ ଜାତିସଂଘର ୭୪ତମ ସାଧାରଣ ପରିଷଦ ବୈଠକରେ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ମୋଦି ବିଶ୍ୱ ଆଗରେ ଭାରତର ମହାନ ପରମ୍ପରାର କଥା ମନେ ପକାଇ ଦେଇଛନ୍ତି । ଏହା ସହ ଆତଙ୍କବାଦ ବିରୋଧରେ କଡା ଆଭିମୁଖ୍ୟ ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି । ଆତଙ୍କବାଦ ବିରୋଧରେ ସାରା ବିଶ୍ୱକୁ ଏକାଠି ହେବାକୁ ଆହ୍ୱାନ କରିଛନ୍ତି । ସେପଟେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଜାତିସଂଘରେ ଭାଷଣ ରଖିବା ବେଳେ ପୁଣି କିଛି ଏପରି କହିଛନ୍ତି ଯାହା ଚର୍ଚା ସୃଷ୍ଟି କରିଛି ।

from Kanak News https://ift.tt/2npusZC https://ift.tt/2nitEWL
No comments: