ସମ୍ବଲପୁରରେ ସୀମା ଟପିିଲା ନୃଶଂସତା । କମେଂଟମରାରୁ ଡବଲ ମର୍ଡର, ୫ ଜଣଙ୍କୁ ଗୋଡାଇ ଗୋଡାଇ ଟାଙ୍ଗିଆରେ ହାଣିଲେ ଦୁର୍ବୃତ୍ତ : ୨ ଭାଇ ମୃତ Kanak News

କନକ ବ୍ୟୁରୋ : ସମ୍ବଲପୁରରେ କମେଂଟମରାରୁ ଡବଲ ମର୍ଡର । ସବୁ ସୀମା ଟପି ଯାଇଛି ନୃଶଂସତା । ଯୁଯୁମରା ଥାନା ଭଣ୍ଡାରିମାଲ ଗାଁ ଦାଣ୍ଡରେ ଗୋଟିଏ ପରିବାରର ଦୁଇ ଭାଇଙ୍କୁ ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଅନ୍ୟଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ରହିଛି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାବେଳେ ଗୋଟିଏ ଗୋଡ କାଟି ଦେଇଛନ୍ତି । ତାଙ୍କୁ ମଧ୍ୟରାତ୍ରିରେ ବୁର୍ଲା ମେଡିକାଲରେ ଭର୍ତି କରାଯାଇଛି । ଆଉ ୨ଜଣ ମଧ୍ୟ ଗୁରୁତର ଆହତ ହୋଇଛନ୍ତି ।

from Kanak News https://ift.tt/2mjYCNm https://ift.tt/2miZrGg
No comments: