ବିଜେପୁର ପାଇଁ କଂଗ୍ରେସ କଲା ପ୍ରାର୍ଥୀ ଘୋଷଣା । ବିଜେପି କହିଲା, ଆଜି ପ୍ରାର୍ଥୀ ଘୋଷଣା, ସେପଟେ ଗୋଟିଏ ଆସନ ପାଇଁ ବିଜେଡିର ଅନେକ ଆଶାୟୀ Kanak News

କନକ ବ୍ୟୁରୋ : ବିଜେପୁରରେ କିଏ ହେବେ ବିଜେଡି ପ୍ରାର୍ଥୀ ତାହା ଏଯାଏଁ ଚୁଡ଼ାନ୍ତ ହୋଇପାରିନି । ବିଜେଡି ସମନ୍ୱୟ କମିଟି ରିପୋର୍ଟ ପ୍ରଦାନ କରିସାରିଛି । ନବୀନ ନିବାସରେ ବଡ଼ଧରଣର ମାନସମନ୍ଥନ ବି ସରିଛି । ହେଲେ ଘୋଷଣା ହୋଇନାହିଁ ପ୍ରାର୍ଥୀ । କାରଣ ଗୋଟିଏ ଆସନ ପାଇଁ ଏବେ ଅନେକ ଆଶାୟୀ । ଟିକେଟ୍ ଦୌଡ଼ରେ ରୀତା ସାହୁ ଆଗରେ ଅଛନ୍ତି । କିନ୍ତୁ ଆଉ କିଛି ନେତା ନିଜ ଆଡୁ ରେସରେ ଥିବା କହିଛନ୍ତି । ତେବେ ଆସନ୍ତା ୩୦ ତାରିଖରେ ଦଳ ପ୍ରାର୍ଥୀପତ୍ର ଦାଖଲ କରିବ ବୋଲି କହିସାରିଛି । ଏପଟେ ବରଗଡ଼ ଜିଲ୍ଲା ଅତାବିରାରେ ବିଜେପୁର ଉପ-ନିର୍ବାଚନ ପାଇଁ ଏକ ବଡ଼ଧରଣର ପ୍ରସ୍ତୁତ ବୈଠକ କରିଛି ବିଜେପି । ଯେଉଁଥିରେ ବସନ୍ତ ପଣ୍ଡା, ସୁରେଶ ପୂଜାରୀ, କେ.ଭି ସିଂଦେଓ, ପ୍ରଦୀପ ପୁରୋହିତ ପ୍ରମୁଖ ସାମିଲ ହୋଇ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିଛନ୍ତି ।

from Kanak News https://ift.tt/2lhkmJW https://ift.tt/2mIRyKL
No comments: