ଗାଡ଼ିରେ ଜାତି , ପଦପଦବୀ , ସ୍ଲୋଗାନ୍ ,ଧର୍ମ କିମ୍ବା କୌଣସି ଚିହ୍ନ ବ୍ୟବହାର କରିପାରିବେ ନାହିଁ ଚାଳକ ! ଲାଗିବ ମୋଟାଅଙ୍କର ଜରିମାନା । Kanak News
ରାଜସ୍ଥାନ ସରକାରର ପରିବହନ ବିଭାଗ ତରଫରୁ ରାଜ୍ୟର ସବୁ ପୋଲିସ୍ ଅଧିକ୍ଷକ ଏବଂ କର୍ମଚାରୀଙ୍କୁ କଡ଼ା ନିର୍ଦ୍ଧେଶ ଜାରି କରାଯାଇଛି । ଏବେ ବ୍ୟକ୍ତିଗତ ବାହନରେ ସ୍ୱୟଂଜାତି , ପଦର ନାଁ , ପୂର୍ବ ପଦବୀ , ଗାଁର ନାଁ , ବିଭିନ୍ନ ଚିହ୍ନ କିମ୍ବା ସ୍ଲୋଗାନ୍ ବ୍ୟବହାର ରେ ପ୍ରତିବନ୍ଧ ଲଗାଇବାକୁ କୁହାଯାଇଛି । ଯାତାୟାତ ପୋଲିସ୍ ଅଧିକ୍ଷକ ଏହି ସମ୍ବନ୍ଧରେ ସବୁ ପୋଲିସ୍ ଅଧିକ୍ଷକ ଏବଂ ଜୟପୁର , ଯୋଧପୁରର ପୋଲିସ୍ କର୍ମଚାରୀଙ୍କୁ ମଙ୍ଗଳବାର ଏକ ପତ୍ର ଲେଖି ଏନେଇ ଅବଗତ କରାଇଛନ୍ତି ।
ଏହି ପତ୍ର ଅନୁସାରେ , ରାଜ୍ୟରେ ଚାଲୁଥିବା ବ୍ୟକ୍ତିଗତ ବାହନରେ କୌଣସି ପ୍ରକାର ଜାତି,ପଦପଦବୀ,ଗାଁ ନାଁ,ଧର୍ମ, ସ୍ଲୋଗାନ୍ ଏବଂ ଚିହ୍ନର ବ୍ୟବହାରକୁ ବ୍ୟବହାର କରାଯାଇପାରିବ ନାହିଁ । ତେବେ ପତ୍ରରେ ଏହି ନିୟମକୁ ଉଲ୍ଲଘଂନ କଲେ କିଭଳି ଦଣ୍ଡ ଦିଆଯିବ ଏନେଇ କୌଣସି ଉଲ୍ଲେଖ କରାଯାଇନାହିଁ ।
from Kanak News https://ift.tt/2NPG57u https://ift.tt/2MU7Fkp
ଗାଡ଼ିରେ ଜାତି , ପଦପଦବୀ , ସ୍ଲୋଗାନ୍ ,ଧର୍ମ କିମ୍ବା କୌଣସି ଚିହ୍ନ ବ୍ୟବହାର କରିପାରିବେ ନାହିଁ ଚାଳକ ! ଲାଗିବ ମୋଟାଅଙ୍କର ଜରିମାନା । Kanak News
Reviewed by SUBHENDU BARAL
on
September 04, 2019
Rating:
No comments: