ବାଲେଶ୍ୱର: ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁଙ୍କୁ ବାଲେଶ୍ୱରରେ ବିରୋଧ। ଏଥର ବି ଖାରବେଳଙ୍କୁ ବିରୋଧ କରିଛନ୍ତି ବିଜେଡି କର୍ମୀ।
ଗତକାଲି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଡୁଙ୍ଗୁରାରେ ପୁଲିସ୍ ଓ ମାଇକ୍ ଅନୁମତି ନେଇ ରାସ୍ତାକଡ଼ରେ ଏକ ମିଟିଂ କରୁଥିବା ବେଳେ ବିଜେଡିର ସ୍ଥାନୀୟ ପଞ୍ଚାୟତ ସମିତି ସଦସ୍ୟ ଓ ତାଙ୍କର କିଛି ସମର୍ଥକ ଆସି ଗଣ୍ଡଗୋଳ କରିଥିଲେ ବୋଲି ଖାରବେଳ କହିଛନ୍ତି।
ଖଇରା ଡୁଙ୍ଗୁରାରେ ଖାରବେଳ ସ୍ୱାଇଁଙ୍କ ମିଟିଂ ବେଳେ ବିଜେଡି କର୍ମୀଙ୍କ ଗୁଣ୍ଡାରାଜ, ବାଲେଶ୍ୱର ଏସ୍ପିଙ୍କ ପାଖରେ ଅଭିଯୋଗ କଲେ ଖାରବେଳ #Odisha pic.twitter.com/UYPIlv2q8P
— ଓଟିଭି (@otvkhabar) 1 November 2018
ଏହି ଘଟଣାରେ ଖାରବେଳ ଆଜି ବାଲେଶ୍ୱର ଏସ୍ପିଙ୍କୁ ଭେଟି ଲିଖିତ ଭାବେ ଅଭିଯୋଗ କରିଛନ୍ତି। ୨ ଜଣ ବିଜେଡି କର୍ମୀଙ୍କ ବିରୋଧରେ ସେ ଥାନାରେ ଏତଲା ଦେଇଛନ୍ତି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ସେ ଏସ୍ପିଙ୍କ ନିକଟରେ ଦାବି କରିଛନ୍ତି। ତେବେ ଏନେଇ ଏସ୍ପିଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।
ପୂର୍ବରୁ କେନ୍ଦ୍ରାପଡ଼ା ଆଳିରେ ମଧ୍ୟ ଖାରବେଳଙ୍କୁ ବିଜେଡି ବିରୋଧ କରିଥିଲା।
from OTV Khabar https://ift.tt/2CUCLm7
No comments: