ମୁମ୍ବାଇ: ବର୍ଷାରେ ବେହାଲ ହୋଇପଡ଼ିଛି ମାୟାନଗରୀ ମୁମ୍ବାଇ। ପ୍ରବଳ ବର୍ଷା ହେବା ଯୋଗୁ ମୁମ୍ବାଇବାସୀ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ଆଜି ମଧ୍ୟ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିବା ପରେ ଏହାକୁ ନେଇ ସାଧାରଣ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳ ଗୁଡ଼ିକରେ ଥିବା ସମସ୍ତ ସ୍କୁଲ ଓ ଜୁନିଅର୍ କଲେଜକୁ ଆଜି ଛୁଟି ଘୋଷଣା କରାଯାଇଛି। ଗତକାଲି ମଧ୍ୟ ଛୁଟି ଘୋଷଣା କରାଯାଇଥିଲା।
ଗତକାଲି ମୁମ୍ବାଇରେ ପ୍ରବଳ ବର୍ଷା ହେବା ଫଳରେ ବିମାନ ସେବା ପ୍ରଭାବିତ ହୋଇଥିଲା। ଏଥିସହ ଟ୍ରାଫିକ୍ ସମସ୍ୟା ଓ ବିଭିନ୍ନ ଅଞ୍ଚଳ ଜଳମଗ୍ନ ମଧ୍ୟ ହୋଇଥିବା ଦେଖିବାକୁ ମିଳିଛି। ବର୍ଷା ଜନିତ ଅଘଟଣକୁ ନେଇ ଗତକାଲି ୩ଜଣଙ୍କ ମୃତ୍ୟୁ ଘଟିଥିଲା।
ମୁମ୍ବାଇର ବିଭିନ୍ନ ତଳିଆ ଅଞ୍ଚଳରେ ବର୍ଷା ଜଳ ଲହଡ଼ି ଭାଙ୍ଗୁଛି। ଏପରିକି ଅନେକ ଜନବସତି ଅଞ୍ଚଳରେ ପାଣି ପଶି ଯାଇଛି। ସଡ଼କ ପଥ ସହ ଟ୍ରେନ୍ ଓ ବିମାନ ସେବା ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ବିଭିନ୍ନ ବସ୍ଷ୍ଟାଣ୍ଡ ଓ ରେଳ ଷ୍ଟେସନରେ ହଜାର ହଜାର ଲୋକେ ଫସି ରହିଛନ୍ତି। ଟ୍ରାଫିକ୍ ସମସ୍ୟା ମଧ୍ୟ ସୃଷ୍ଟି ହୋଇଛି। ରାସ୍ତା ଉପରେ ଅଣ୍ଟାଏ ଉଚ୍ଚରେ ପାଣି ଚାଲୁ ଥିବାରୁ ଜନଜୀବନ ଏକ ପ୍ରକାର ଠପ୍ ହୋଇଯାଇଛି।
ଅନ୍ୟପକ୍ଷରେ ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ଉଦ୍ଧାର କରିବା ପାଇଁ ନୌସେନା ଯବାନମାନେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ସତର୍କତାମୂଳକ ଭାବେ କୁର୍ଲା, ପାରେଲ ଏବଂ ଅନ୍ଧେରିରେ ଏନ୍ଡିଆର୍ଏଫ୍ ଟିମ୍କୁ ସଜାଗ ରଖାଯାଇଛି।
from OTV Khabar. https://ift.tt/2UsuJYo
No comments: