ଡାକ୍ତରଖାନାକୁ ଦଲାଲ ମୁକ୍ତ କରିବା ଲାଗି ଚାଲିଛି ଅପରେସନ ! ଡିଜିପିଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ Kanak News

କନକ ବ୍ୟୁରୋ : ଡାକ୍ତରଖାନାକୁ ଦଲାଲ୍ ମୁକ୍ତ କରିବା ପାଇଁ ଏବେ ଦଲାଲଙ୍କ ଉପରେ ଏକ ବଡ଼ ଧରଣର ଅପରେସନ୍ ଚାଲିଛି । ଗୁରୁବାର ୮ଟି ଜିଲ୍ଲାରୁ ୩୦ ଜଣ ଦଲାଲଙ୍କୁ ଗିରଫ କରାଯାଇଛି । ଭୁବନେଶ୍ୱରରେ ୪ ଜଣ, ସମ୍ବଲପୁରେ ୫ଜଣ , ବଲାଙ୍ଗୀର ୫ଜଣ, ଭଦ୍ରକରେ ୪, ମୟୁରଭଞ୍ଜରେ ୩, ରାଉରକେଲାରେ ୪ ଜଣ, ବାଲେଶ୍ୱରରେ ୩ ଜଣ ଏବଂ ନବରଙ୍ଗପୁରରେ ୨ ଜଣ ଦଲାଲଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇଛି । ତଦନ୍ତ ଚାଲିଛି । ମଧ୍ୟସ୍ତି ବା ଦଲାଲ ମାନଙ୍କ ସହ ନର୍ସିଂହୋମ ଏବଂ ଡାଇଗ୍ନୋସିଷ୍ଟିକ୍ ସେଂଟର ସହ ଏମାନଙ୍କର କ’ଣ ସଂପର୍କ ରହିଛି । ଡିଜି ପୁଲିସଙ୍କ ନେତୃତ୍ୱରେ ଏହି ଚଢ଼ାଉ ଜାରି ରହିଛି ।

from Kanak News https://ift.tt/2nC4Vww https://ift.tt/2n2w37I
No comments: